Type Here to Get Search Results !

ସ୍ଵେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ


ବାଲେଶ୍ୱର/ ସିମୁଳିଆ :-

 ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଲକ କହ୍ନେଇବିନ୍ଧା ପଞ୍ଚାୟତ ଅନ୍ତର୍ଗତ କହ୍ନେଇ ବିନ୍ଧା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଓଡିଶା ମୋ ପରିବାର ତରଫରୁ ଏକ ରକ୍ତଦାନ ଶିବିର  ଅନୁଷ୍ଠିତ ହୋଇଯାଇଛି।ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ପହଂଚି ବିଜୁ ବାବୁଙ୍କ ଫୋଟୋ ଚିତ୍ରରେ ପୁଷ୍ପ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ।  ପରେ ରକ୍ତଦାନ ଶିବିରକୁ ବରି ଓ କହ୍ନେଇବିନ୍ଧା ପଞ୍ଚାୟତରୁ ଆସିଥିବା ବିଜେଡି କର୍ମୀ ଓ ସ୍ବେଚ୍ଛାସେବୀମାନେ ସ୍ବେଚ୍ଛାକୃତ ଭାବେ ରକ୍ତ ଦାନ କରିଥିଲେ। ଏଥିରେ ବ୍ଲକ ସଂଯୋଜକ ଜୟନ୍ତ ପ୍ରସାଦ ନାୟକ, ସିମୁଳିଆ ଓ ଖଇରା ନିର୍ବାଚନମଣ୍ଡଳୀର ଯୁବ ସଭାପତି ଗଦାଧର ଜେନା, 42 ନଂ ଜୋନ ଜିଲ୍ଲା ପରିଷଦ ଧେଇମନ ମହାରଣା, କହ୍ନେଇବିନ୍ଧା ପଞ୍ଚାୟତର ଯୁବ ସଭାପତି ଲିପୁ, ଉଭୟ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଏବଂ ଅନ୍ୟ ବହୁ କର୍ମୀ ଉପସ୍ଥିତ ରହି ରକ୍ତଦାନ ଶିବିରକୁ ସଫଳ କରାଇଥିଲେ। ଏଥିରେ ବାଲେଶ୍ୱର ମେଡ଼ିକାଲ ଟିମ ପହଂଚି 103 ୟୁନିଟ ରକ୍ତ ସଂଗୃହୀତ କରିଥିବା ଜଣାପଡିଛି। ଶେଷରେ ଅତିଥି ମାନଙ୍କ ଦ୍ଵାରା ରକ୍ତଦାନ କରିଥିବା ସ୍ବେଚ୍ଛାସେବୀ ମାନଙ୍କୁ ପ୍ରମାଣ ପତ୍ର ବଣ୍ଟନ କରାଯାଇଥିଲା।ସିମୁଳିଆରୁ ରୁକସାନା ବିବିଙ୍କ ରିପୋର୍ଟ |

Post a Comment

0 Comments
* Please Don't Spam Here. All the Comments are Reviewed by Admin.