ଚାନ୍ଦବାଲି :-
ଅତ୍ୟାବଶ୍ୟକ ସାମଗ୍ରୀ ର ଦରବୃଦ୍ଧି ନିୟନ୍ତ୍ରଣ କରିବା , ସରକାରୀ ସଂପତ୍ତି ବିକ୍ରି ବଂଦ କରିବା, ଯୁବକ ଯୁବତୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି, କୃଷି ଉତ୍ପାଦିତ ସାମଗ୍ରୀ ର ସର୍ବନିମ୍ନ ସହାୟକ ମୂଲ୍ୟ ( ଏମ୍ଏସ୍ ପି ) ଯୁକ୍ତ ଆଇନ ପ୍ରଣୟନ କରିବା, ଶ୍ରମିକ ବିରୋଧୀ ଶ୍ରମ କୋଡ ଗୁଡ଼ିକୁ ରଦ୍ଦ କରିବା ଆଦି ଦାବୀ ନେଇ ସିପିଆଇ(ଏମ) ଚାନ୍ଦବାଲି ଆଞ୍ଚଳିକ କମିଟି ପକ୍ଷରୁ ଏକ ସାଧାରଣ ସଭା ଆଞ୍ଚଳିକ କମିଟି ସଂପାଦକ ମଳୟ ଭୋଇ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସିପିଆଇ(ଏମ) ଜିଲ୍ଲା ସଂପାଦକ ଦିବ୍ୟ ସିଂହ ନାୟକ, ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ବିଷ୍ଣୁ ଦାଶ, ଜିଲ୍ଲା କମିଟି ସଦସ୍ୟ ବିକାଶ ନାଥ ପ୍ରମୁଖ ବକ୍ତା ଭାବେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଜନବିରୋଧୀ ନୀତି ବିରୁଦ୍ଧରେ ବକ୍ତବ୍ଯ ପ୍ରଦାନ କରିଥିଲେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତି ବିରୁଦ୍ଧରେ ଆସନ୍ତା ସେପ୍ଟେମ୍ବର 28 , ସିପିଆଇ(ଏମ) ର ରାଜ୍ୟ ସ୍ତରୀୟ ମହାସମାବେଶ, ଭୁବନେଶ୍ବରରେ ଯୋଗ ଦେବାକୁ ବକ୍ତା ମାନେ ଆହ୍ୱାନ ଜଣାଇଥିଲେ । ସାଧାରଣ ସଭା ପରେ ଏକ ଲାଲ ପଟୁଆର ସିପିଆଇ(ଏମ) ବ୍ଲକ କାର୍ଯ୍ୟାଳୟ ଠାରୁ ବାହାରି ଚାନ୍ଦବାଲି ସହର ପରିକ୍ରମା କରିଥିଲା । ଏହି ସଭା ଓ ଶୋଭାଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ସିପିଆଇ(ଏମ) ନେତା ନିରଞ୍ଜନ ପାଣି, ଜୟୀରାମ ଦାସ, କାହ୍ନୁ କିଶୋର ସାହୁ, ଘନଶ୍ୟାମ ଦାସ, ଗୌରାଙ୍ଗ ଯେନା, କୀର୍ତ୍ତନ ବିଶ୍ବାଳ, ଗଙ୍ଗାଧର ମହାଳିକ, ଶଙ୍କର୍ଷଣ ବିଶ୍ବାଳ, ଉଦୟକର ମହାନ୍ତି, ଛାତ୍ର ନେତା ଚନ୍ଦନ ବିଶ୍ବାଳ, ବିକ୍ରମ ନାୟକ, ମହିଳା ନେତ୍ରୀ କାମିନୀ ଭୋଇ, ମୀନା ନାୟକ, ଅନୁଶୟା ଦାସ, ପ୍ରମୁଖ ନେତୃତ୍ବ ନେଇଥିଲେ । ଚାନ୍ଦବାଲି ରୁ ସାଗର ରାଉଳ ଙ୍କ ରିପୋର୍ଟ