ଲୋଇସିଂହା :-
ବଲାଙ୍ଗିର ଜିଲା ର ଲୋଇସିଂହା ସ୍ଥିତ ଆଦିବାସୀ ଭବନ ଠାରେ ପବିତ୍ର ଗୁରୁଦିବସ ଉପଲକ୍ଷେ ଓଡ଼ିଆ ମୋ ପରିବାରଓ ବିଜୁ ଯୁବ ଛାତ୍ର ଜନତା ଦଳ ଆନୁକୂଲ୍ୟରେ ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅଞ୍ଚଳ ର 100 ରୁ ଉର୍ଦ୍ଧ ଅବସର ପ୍ରାପ୍ତ ଶିକ୍ଷକ ମାନଂକୁ ନେଇକି ବିଜୁ ଜନତା ଦଳ ର ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରା ଙ୍କ ନେତୃତ୍ୱ ରେ ଗୁରୁ ପୂଜନ ଉତ୍ସବ ପାଳନ ହୋଇଥିଲା। ଏହି ସଭା ରେ ଅବସର ପ୍ରାପ୍ତ ଶିକ୍ଷକ ରାଜେନ୍ଦ୍ର ବିଶ୍ଵାଳ ଙ୍କ ସଭାପତିତ୍ୱ ରେ ମୁଖ୍ୟ ବକ୍ତା ଭାବରେ ବିଭୁତି ଭୂଷଣ ସାହାଣୀ ଅନ୍ୟାନ୍ୟ ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ ଅବସର ପ୍ରାପ୍ତ ଶିକ୍ଷକ ବୃନ୍ଦ ଯଥା ପର୍ଶୁରାମ ସାହୁ, ଶଶୀ ଭୂଷଣ ଶତପଥି,ଶ୍ୟାମ ସୁନ୍ଦର ଭୋଇ,କୈଲାଶ ବିଶ୍ୱାଲ ,ଓ 33 ନମ୍ବର ଜ଼ିଲ୍ଲା ପରିଷଦ ସଭ୍ୟା ଲିଳିମା ବେହେରା, ପ୍ରମୁଖ ମଂଚାସୀନ ଥିଲେ। ଅତିଥି ବୃନ୍ଦ ମାନେ ତାଙ୍କର ଶିକ୍ଷକ କାଳ ଜୀବନ ଉପରେ ଅଭିଭାଷଣ ରଖିଥିଲେ। ନିହାର ରଂଜନ ବେହେରା ଶିକ୍ଷକ ମାନଙ୍କ ର ସମାଜ ପ୍ରତି ତାଙ୍କର କର୍ତ୍ତବ୍ୟ ଓ ନିଷ୍ଠା, ଛାତ୍ର ମାନଙ୍କ ପ୍ରତି ତାଙ୍କର ଦିଗଦର୍ଶନ ପାଇଁ ଶିକ୍ଷକ ମାନଂକୁ ପ୍ରଶଂସନୀୟ ବୋଲି କହିଥିଲେ। ସଭା ଆରମ୍ଭ ପୂର୍ବ ରୁ ମା ସରସ୍ବତୀ ଓ ପୂର୍ବତନ ରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ତର ସର୍ବପଲ୍ଲୀ ରାଧାକୃଷ୍ଣନ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ତାପରେ ସମସ୍ତ ଶିକ୍ଷକ ମାନଂକୁ ଛାତ୍ରୀ ମାନେ ଗୁରୁ ପୂଜନ କରିଥିଲେ, ଓ ପରେ ନିହାର ରଂଜନ ବେହେରା ସମସ୍ତ ଶିକ୍ଷକ ମାନଂକୁ ଉତ୍ତରୀୟ ଓ ପୁଷ୍ପ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଏହି ସଭା ରେ 100 ରୁ ଉର୍ଧ୍ଵ ଶିକ୍ଷକ ଯୋଗଦାନ କରିଥିଲେ,ଓ ଲୋଇସିଂହା ନିର୍ବାଚନ ମଣ୍ଡଳୀ ର ଶିକ୍ଷକ ମାନଂକୁ ନେଇକି ଅବସର ପ୍ରାପ୍ତ ଶିକ୍ଷକ ସଙ୍ଘ ଗଠନ ପାଇଁ ସମସ୍ତେ ପ୍ରସ୍ତାବ ଦେଇଥିଲେ । ପରିଶେଷରେ ପର୍ଶୁରାମ ସାହୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଟିପଲୂ କଦମ, ପ୍ରଦିପ ସାହୁ, ପ୍ରକାଶ ମହାରଣା, ଶିବଳୁ କଦମ, ଅଂଶୁମାନ ଗୁରୁ ପ୍ରମୁଖ ଉପସ୍ଥିତ ରହି ସହାୟତା କରିଥିଲେ । ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍