Type Here to Get Search Results !

ଦେଦର୍ହା ଗାଁ ରେ ଝାଡା ବାନ୍ତି ବ୍ୟାପିବା ଘଟଣା, ଖବର ପ୍ରସାରଣ ପରେ ଚେତିଲା ସ୍ୱାସ୍ଥ୍ୟ ବିଭାଗ


ବଲାଙ୍ଗିର :-

ଖପ୍ରାଖୋଲ  ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ପଡ଼ିଆବହାଲ ପଞ୍ଚାୟତ ଦେଦର୍ହ ଗାଁ ବ୍ୟାପୁଛି ଝାଡା ବାନ୍ତି । ଝାଡାବାନ୍ତି ରେ ଗାଁ ର ୨୫ ରୁ ଉର୍ଦ୍ଧ ଆକ୍ରାନ୍ତ ହୋଇଥିବା ଜଣାଯାଇଥିଲା । ଗୋଟିଏ ପରିବାର ର ଦୁଇ ଜଣ ଙ୍କ ଚିକିତ୍ସା ଧିନ ଅବସ୍ଥା ରେ ମୃତ୍ୟୁ ହୋଇଥିବା ଜଣା ଯାଇଛି। ମୃତକ ମାନେ ହେଲେ କୁମାରୀ ମେହେର (୪୮) ଓ ତାଙ୍କର ନାତି ବଳୁଲୁ ମେହେର( ୧୦) ବୋଲି ଜଣା ଯାଇଛି। ସୂଚନା ଅନୁସାରେ ଗାଁ ରେ ୫ ଦିନ ଆଗରୁ କିଛି ପରିବାର ଝାଡ଼ା ବାନ୍ତି ରେ ଆକ୍ରାନ୍ତ ହୋଇଥିବା ବେଳେ ରବିବାର ରାତିରେ ପାଟଣାଗଡ ଡାକ୍ତର ଖାନା ରେ ଚିକିତ୍ସା ଧିନ ଅବସ୍ଥା ରେ କୁମାରୀ ମେହେର ଙ୍କ ମୃତ୍ୟୁ ହୋଇଥିଲା । ଚିକିତ୍ସା ଧୀନ ଅବସ୍ଥା ରେ ସୋମବାର ସକାଳେ ନାତି ବବୁଲୁ ର ମୃତ୍ୟୁ ହୋଇଥିବା ଜଣାପଡିଛି । ସେହିପରି ୨୫ ରୁ ଉର୍ଦ୍ଧ ଆକ୍ରାନ୍ତ ଥିବା ଜଣାଯାଇଛି। ଦେଦର୍ହା ଗାଁ ରେ ଖପ୍ରାଖୋଲ ମେଡିକାଲ ଅଫିସର ଡ଼ା. ସୁରଜ ଦୀପ ଙ୍କ ନେତୃତ୍ବରେ ମେଡ଼ିକାଲ ଟିମ୍ ପହଞ୍ଚି ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ, ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ତରଫରୁ ବ୍ଲିଚିଂ ପାଉଡର ପକାଯାଇଥିଲା ସେହିପରି ଗାଁ ରେ ଝାଡ଼ା ବାନ୍ତି ସଂପର୍କରେ ସ୍ବାସ୍ଥ୍ୟ ବିଭଗ ଲୋକଙ୍କୁ ସଚେତନ କରିଥିଲା । ଅପରାହ୍ନରେ 3 ଟl  ରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ପହଞ୍ଚି ସ୍ଥାନୀୟ ସରପଞ୍ଚ , ଗ୍ରାମବାସୀ , ସ୍ବାସ୍ଥ୍ୟ ବିଭାଗ ଏବଂ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ । ପରେ ମୃତକ ପରିବାର ନିକଟକୁ ଯାଇ ସମବେଦନା ଜଣାଇବା ସହ ରେଡକ୍ରସ ପାଣ୍ଠିରୁ ତିରିଶ ହଜାର ଟଙ୍କାର ଚେକ୍ ଓ ହରିଶ୍ଚନ୍ଦ୍ର ଯୋଜନା ରେ ଚାରି ହଜାର ଟଙ୍କା ମୃତକ ପରିବାର କୁ ପ୍ରଦାନ କରିଥିଲେ । ଏହି ଅବସରେ ବଲାଙ୍ଗିର ସିଡିଏମଓ ଡ଼ା ସ୍ନେହଲତା ସାହୁ , ପାଟଣାଗଡ ଉପଜିଲ୍ଲପାଳ ଡ଼ ପୁଷ୍ପାଞ୍ଜଳି ପଣ୍ଡା, ଆସିଷ୍ଟାଣ୍ଡ କଲେକ୍ଟର କ୍ଷୀରୋଦ ଚନ୍ଦ୍ର ସାହୁ , ଉପଖଣ୍ଡ ମେଡ଼ିକାଲ ଅଫିସର ଡ଼ା.ସୁବ୍ରତ ମେହେର , ସିଡ଼ିପିଓ ସୁଜାତା ଦୋରା , ଗ୍ରାମ୍ୟ ଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀ ସରିତା କୁଜୁର , ଚିନ୍ମୟ ପଧାନ , ସରପଞ୍ଚ ଦେବରାଜ ପଧାନ, ପିଇଓ ମୋହନ ବେହେରା ସମେତ ବିଭିନ୍ନ ସରକାରୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଘଟଣା ସମ୍ପର୍କରେ ଜିଲ୍ଲାପାଳଙ୍କୁ ପଚରିବାରୁ ଗାଁ ର ପାନୀୟ ଜଳ ର ନମୁନା ସଂଗ୍ରହ କରା ଯାଇଛି, ଗାଁରେ ଆମ୍ବୁଲାନ୍ସ ଓ ସ୍ଵାସ୍ଥ୍ୟ ସେବା ଦଳ କୁ ନିୟୋଜିତ କରାଯାଇଛି ଏବଂ ଝାଡ଼ା ବାନ୍ତି ନିୟନ୍ତ୍ରଣାଧିନ ଅଛି ବୋଲି କହିଥିଲେ । ଉକ୍ତ ଖବର ଟି ଟୁଇଟର ବଏ ରେମନନ୍ଦ୍ କୁମ୍ଭାର ଉଚ୍ଚ କତୃପକ୍ଷଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ ।ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.