ପଦ୍ମପୁର :-
ଓଡିଶା ଓ ଛତିଶଗଡ ହଳଦିଆ ତେଲି ସମାଜ ତରଫରୁ ବରଗଡ ଜିଲ୍ଲା ପୁଞ୍ଜିପଥର ଠାରେ ଖୁବ ଯାକ ଯମକରେ ନୁଆଁଖାଇ ଭେଟଘାଟ ଉତ୍ସବ ସମାପନ ହୋଇ ଯାଇଛି । ଏହି ଶାଶ୍ୱତ ମହା ସମାରୋହରେ ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ମନ୍ତ୍ରୀ ରିତା ସାହୁ ମୁଖ୍ୟ ଅତିଥି ଭାବେ ଓ ବ୍ଲକ ଅଧ୍ୟକ୍ଷ ମୋତିରାମ ସାହୁ ସମ୍ମାନିତ ଅତିଥି ଓ ବିଡିଓ ସାହୁ ମୁଖ୍ୟ ବକ୍ତା ଭାବେ ଭାବେ ଯୋଗ ଦେଇ ନିର୍ମାଣ ହେବାକୁ ଥିବା ପ୍ରସ୍ତାବିତ ଚଣ୍ଡୀ ସମଲେଇ ମନ୍ଦିରର ଶୁଭ ଉଦଘାଟନ କରିଥିଲେ । ତେଲି ସମାଜର ବରିଷ୍ଠ ବ୍ୟକ୍ତିତ୍ୱ ଥବୀର ସାହୁ ସଭାପତିତ୍ୱ କରିଥିବା ବେଳେ,ବିଜେପୁର ବ୍ଲକ ଚେୟାର ମେନ,ତେଲି ସମାଜ ପକ୍ଷରୁ ଭରତ ଚନ୍ଦ୍ର ସାହୁ ଓ ପ୍ରତ୍ୟକ ମଣ୍ଡଳର ସଭାପତି ଗଣ ମଞ୍ଚାସିନ ହୋଇଥିଲେ । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅଶ୍ୱନୀ କୁମାର ସାହୁଙ୍କୁ ସାହାସିକତା,ଆରତୀ ସାହୁଙ୍କୁ ଉଦଘୋଷିକା,ବିଡ଼ିଓ ସାହୁଙ୍କୁ ପରିବେଶ,ଚିନ୍ତାମଣି ସାହୁଙ୍କୁ କଣ୍ଠଶିଳ୍ପୀ, ପବିତ୍ର ସାହୁଙ୍କୁ ଯୁବ କବି,ରାହାସ ସାହୁଙ୍କୁ ତୈଲିକ ସଂସ୍କାର ଓ ରାଜକୁମାର ସାହୁଙ୍କୁ ପ୍ରସିଦ୍ଧ ନାଟ୍ୟକାର ନିର୍ଦ୍ଧେଶକ ଭାବେ ସମ୍ମାନିତ କରା ଯାଇଥିଲା । ସମାଜର କୁନି କଳାକାମାନେ ଓ ମହାବୀର ସାଂସ୍କୃତିକ ଅନୁଷ୍ଠାନ ଭବାନୀପାଟଣା ର କଳାକାର ମାନେ ନୃତ୍ୟ କରିଥିଲେ ଓ ସମାଜର ମେଧାବୀ ଛାତ୍ରଛାତ୍ରୀ ଓ କଳା ପ୍ରତିଭା ବାନ ଯୁବଗୋଷ୍ଠୀଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା । ପ୍ରାୟ ସାତ ହଜାର ଲୋକଙ୍କ ସମାବେଶ ଏହି ନିଆରା ତଥା ଭାବପୂର୍ଣ୍ଣ ସଭାକୁ ନାଟ୍ୟକାର ରାଜକୁମାର ସାହୁ ଓ ଆରତୀ ସାହୁ ସୁନ୍ଦର ଭାବରେ ସଭା ପରିଚାଳନା କରିଥିବା ବେଳେ ଅରୁଣ ସାହୁ,ସୌରୀ ସାହୁ,କ୍ଷୀରୋଦ୍ର ସାହୁ,ସୁଦାମ ସାହୁ, ଅର୍ଜୁନ ସାହୁ,ଧନଞ୍ଜୟ ସାହୁ, ପଦ୍ମଲୋଚନ ସାହୁ,ଭୁବନେଶ୍ୱର ସାହୁ,ଆଲ୍ଲାଦ ସାହୁ, ସଦାନନ୍ଦ ସାହୁ,ଜଗନ୍ନାଥ ସାହୁ,ଘନଶ୍ୟାମ ସାହୁ, ମୁକେଶ ସାହୁ, ଦଶରଥ ସାହୁ,ଅଶ୍ୱିନୀ ସାହୁ, ମାଝୀପାଳି ଗ୍ରାମବାସୀ, ଭାଟିଗାଁ ଗ୍ରାମବାସୀ ସହଯୋଗ କରିଥିଲେ ।
ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ