Type Here to Get Search Results !

ଓୟୁଡବ୍ଲୁଜେର ନବମ ନୂଆଁଖାଇ ଭେଟଘାଟଓ ସ୍ଵନକ୍ଷତ୍ର ଦିବସ

 


ବରଗଡ଼ :-

ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ୍ ଠାରେ ଓୟୁଡବ୍ଲୁଜେ ର ନୂଆଁଖାଇ ଭେଟଘାଟ ଏବଂ ସ୍ବ ନକ୍ଷତ୍ର ଦିବସ ଧୁମ୍ ଧାମରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଯୋଗ ଦେଇ ସାମ୍ବାଦିକ ମାନଙ୍କ ସମାଜ ରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ସମ୍ବଲପୁରୀ ବସ୍ତ୍ରାଳୟର ର ସଭାପତି ସମ୍ବିତ ଆଚାର୍ଯ୍ୟ, ପୈାର ପରିଷଦ ଅଧ୍ୟକ୍ଷା କଳ୍ପନା ମାଝୀ, ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ୍ ଝସକେତନ ପ୍ରଧାନ, ସମ୍ମାନିତ ବକ୍ତା ଭାବେ ଦେବେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ। ସେହିପରି ସଂଘ ସଭାପତି ଆଶୁତୋଷ ରଥଙ୍କ ପୈାରହିତ୍ୟ ଆୟୋଜିତ ସଭାରେ, ସମ୍ପାଦକ ବଳରାମ ଦୀପ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଉପସଭାପତି କିଶନ ଲାଲ ଅଗ୍ରୱାଲ ମଞ୍ଚାସୀନ ଥିଲେ। ଏହି ଅବସରରେ ବିଭିନ୍ନ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ମାନଙ୍କ ପ୍ରତନିଧି ଙ୍କୁ ସମାଜ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ସଂଘ ପକ୍ଷରୁ ପୁଷ୍ପ ଗୁଛ ଓ ଉପଢ଼ୌକାନ ଦେଇ ସମ୍ମାନିତ କରାଯାଇଥିଲା। ସଭାକୁ ଗୋପବନ୍ଧୁ ପୁରୋହିତ ପରିଚାଳନା କରିଥିଲେ। ଶେଷରେ ବିଭିନ୍ନ ଅନୁଷ୍ଠାନ ର କଳାକାର ମାନେ ସା°ସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

 ପଦ୍ମପୁର ରୁ ନରହରୀ ବଗର୍ତ୍ତୀ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.