ଭୁବନେଶ୍ୱର :-
ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩% ବୃଦ୍ଧି ନେଇ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୧%ରୁ ୩୪ %କୁ ବୃଦ୍ଧି ପାଇଛି। ଏହା ୧ ଜାନୁଆରୀ ୨୦୨୨ରୁ ପିଛିଲା ଭାବେ ଲାଗୁ କରାଯାଇଛି।
ସଂଶୋଧିତ ହାରରେ ପେନ୍ସନ ପାଉଥିବା ପେନ୍ସନଭୋଗୀମାନଙ୍କ ଟି.ଆଇରେ ମଧ୍ୟ ୩% ବୃଦ୍ଧି କରାଯାଇଛି। କର୍ମଚାରୀ ଏବଂ ପେନ୍ସନଭୋଗୀଙ୍କୁ ଚଳିତ ମାସର ଦରମାରେ ବର୍ଦ୍ଧିତ ଭତ୍ତା ସହ ୨୦୨୨ ଜାନୁଆରୀରୁ ଅଗଷ୍ଟ ପର୍ଯ୍ୟନ୍ତ ବକେୟା ଭତ୍ତା ଅଲଗା ଭାବେ ଦିଆଯିବ। ଏହାଦ୍ୱାରା ରାଜ୍ୟ ସରକାରଙ୍କ ୪ ଲକ୍ଷ କର୍ମଚାରୀ ଓ ୩.୫ ଲକ୍ଷ ପେନସନଭୋଗୀ ଉପକୃତ ହେବେ। ବ୍ୟୁରୋ ରିପୋର୍ଟ