Type Here to Get Search Results !

ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ ଯାଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ


ବାଲିକୁଦା :-

ଗତ ମଙ୍ଗଳବାର 6ତାରିଖ ରାତି ରେ ବାଲିକୁଦା ବ୍ଲକ ର ବାଲିକୁଦା ଥାନା ଅଧୀନ ମଲ୍ଲୀକାପୁର ଗ୍ରାମର ନବଘନ ନାଥଙ୍କ ପୁଅ ସୂର୍ଯ୍ୟକାନ୍ତ ନାଥ ଏବଂ ଗ୍ରାମର କେତେଜଣ ବ୍ୟକ୍ତି ଗଣେଶ ବିସର୍ଜନ କରିବାକୁ ଯାଇଥିଲେ। ପାଖ ପଡୋଶୀ ଗାଁ ନରଣପୁର ରେ ପହଂଚି ବା ପରେ ସୂର୍ଯ୍ୟ କାନ୍ତ ନାଥ ଙ୍କୁ ଶୋଷ ଲାଗିବାରୁ ସେହି ଗ୍ରାମର ଜଣେ ବୃଦ୍ଧାଙ୍କୁ କେଉଁଠି ପାଣି ପାଇପ ଅଛି ବୋଲି ପଚାରିଥିଲେ। ବାସ ଏତିକି କଥାରେ ପୂର୍ବତନ ସରପଞ୍ଚ ରମେଶ ଚନ୍ଦ୍ର ସ୍ୱାଇଁ ଙ୍କ ପୁଅ ସମୀର ସ୍ୱାଇଁ , ହଡ଼ା ରାଉତଙ୍କ ପୁଅ ସିଲୁ ରାଉତ , ସ୍ବର୍ଗତ ବୀର ମୁଦୁଲି ଙ୍କ ପୁଅ ବୁନୁ ମୁଦୁଲି ଏମାନେ ହାତରେ କଟୁରୀ,ଠେଙ୍ଗା, ବାଉଁଶ ଇତ୍ୟାଦି ଧରି ସୂର୍ଯ୍ୟ କାନ୍ତ ଙ୍କ ପାଖକୁ ଚମକି ଆସି ଅଶ୍ଳୀଳ ଭାଷାରେ ତୋତେ ଆମରି ଗାଁ ରେ ଶୋଷ ହେଲା। ଆଜି ଆମେ ତତେ ପାଣି ପିଆଇବୁ କହିମରଣାନ୍ତକ ଆକ୍ରମଣ କରିଥିଲେ। ଆଜି ତତେ ହାଣିଦେଵି କହି ସମୀର ଧରିଥିବା କଟୁ ରୀରେ ସୂର୍ଯ୍ୟ କୁ ଖୁବ ଜୋରରେ ଚୋଟ ମାରିବାଫଳରେ ତାଙ୍କ ଡାହାଣ ହାତରେ କ୍ଷତ ହୋଇ ରକ୍ତ ସ୍ରାବ ହୋଇଥିଲା। ଅନ୍ୟ ୨ ଜଣ ସୂର୍ଯ୍ୟକୁ ତଳେ ପକାଇ ଗଡ଼ାଇ ତଡାଇ ଅମାନୁଷିକ ଭାବେ ପିଟିପକାଇଥିଲେ। ଜୀବନରୁ ମାରିଦେବା ଉଦେଶ୍ୟ ନେଇ ପିଟିଚାଲିଥିଲେ। ତାଙ୍କ ପାଟି ଶୁଣି କିଛି ଲୋକ ଆସି ସେ ତିନିଜଣଙ୍କ କବଳରୁ ସୂର୍ଯ୍ୟ ଙ୍କୁ ଉଦ୍ଧାର କରି ତାଙ୍କ ଜୀବନ ଶଙ୍କଟାପନ୍ନ ଥିବାରୁ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଇବାପରେ ବାଲିକୁଦା ପୋଲିସ ଷ୍ଟେସନ ରେ ଲିଖିତ ଅଭିଯୋଗ କରିଥିଲେେ ।ଦେଖିବାକୁ ବାକି ରହିଲା ସୂର୍ଯ୍ୟକାନ୍ତ ଙ୍କୁ କି ପ୍ରକାର ନ୍ୟାୟ ମିଳୁଛି। ବାଲିକୁଦାରୁ ଗୀତା ମହାରଣା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.