Type Here to Get Search Results !

ପାଞ୍ଚବର୍ଷ ଝିଅ କୁ ସତୁରି ବର୍ଷ ବୃଦ୍ଧ ଦୁଷ୍କର୍ମ ଅଭିଯୋଗ


ବାଲିକୁଦା :-

ବାଲିକୁଦା ବ୍ଲକ ଧନିଷ ଗ୍ରାମର ସତୁରି ବର୍ଷ ର ଅମାନୁଷିକ ବୃଦ୍ଧ କୈଳାଶ ସାହୁ ନାମକ ଏକ ପାଞ୍ଚ ବର୍ଷ ର ଝିଅକୁ ବଳାତ୍କାର କରିବାକୁ ଉଦ୍ୟମ କରି ଶରୀରକୁ କାମୁଡି କ୍ଷତବିକ୍ଷତ କରିଦେଇଥିଲେ। ଏ ନେଇ ଝିଅର ମା ବାପା ବାଲିକୁଦା ଥାନାରେ ଅଭିଯୋଗ କରିବାପରେ ବାଲିକୁଦା ପୋଲିସ ବୃଦ୍ଧ କୈଳାଶ ସାହୁ କୁ ଗିରଫ କରିଛି । ସୂଚନାରୁ ପ୍ରକାଶ ଯେ ପାଞ୍ଚ ବର୍ଷ ର କୁନି ଝିଅ ପଡୋଶୀ ଘରେ ସବୁଦିନ ଖେଳିବାକୁ ଯାଉଥିବା ବେଳେ ଆଜି ଏହାର ସୁଯୋଗ ନେଇ ବୃଦ୍ଧ କୈଳାଶ ସାହୁ ଝିଅକୁ ଛାତ ଉପରକୁ ଡ଼ାକିନେଇ ତା ସାଙ୍ଗରେ ଦୁଷ୍କର୍ମ କରିବାକୁ ଉଦ୍ୟମ କରି ଶରୀର କୁ କାମୁଡି କ୍ଷତ ବିକ୍ଷତ କରିଦେଇଥିଲେ । ଖାଇବା ସମୟ ହେବାରୁ ମା ଖାଇବାପାଇଁ ଝିଅକୁ ଡାକିବାରୁ ଝିଅ ଆସି ସବୁକଥା ଜଣାଇଥିଲେ । ଏହାପରେ ମା ଏବଂ ବାପା ବାଲିକୁଦା ଥାନାରେ ଅଭିଯୋଗ କରିବା ପରେ ବାଲିକୁଦା ପୋଲିସ ସଙ୍ଗେ ସଙ୍ଗେ  ବୃଦ୍ଧ କୈଳାଶ ସାହୁଙ୍କୁ   ଥାନାକୁ ଆଣି ପଚରା ପଚରି କରୁଛନ୍ତି । ବାଲିକୁଦା ରୁ ଗୀତା ମହାରଣା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.