Type Here to Get Search Results !

ବଲାଙ୍ଗୀରରେ କୋସଲ ମହାବନ୍ଦର ପ୍ରଭାବ ଜୋର ଦାର


ବଲାଙ୍ଗିର :-

ବଲାଙ୍ଗୀର କୋସଲ ସେନା ଓ କୋସଲ ମୁକ୍ତି ମୋର୍ଚ୍ଚା ଡାକରାରେ ବୁଧବାର ୧୨ ଘଣ୍ଟିଆ କୋଶଲ ମହାବନ୍ଦ ପାଳନ ଆରମ୍ଭ ହୋଇ ଥିଲା। ବଲାଙ୍ଗୀର ସହରରେ ସମସ୍ତ ଦୋକାନ ବଜାର, ଗାଡ଼ି ଚଳାଚଳ, ସରକାରୀ ବେସରକାରୀ ଅଫିସ ଓ ସଂସ୍ଥା ଆଦି ବନ୍ଦ ରହିଛି।ଔଷଧ ଦୋକାନ ଓ ଜରୁରୀକାଳୀନ ସେବା କୁ ଛାଡି ଦେଲେ ବାକିସବୁ ବନ୍ଦ ରହିଛି , ଏହାସହ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ସମର୍ଥନକାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କୋସଲବାଦୀ ଯୁବନେତା ସିପୁନ ଖମାରୀଙ୍କ ନେତୃତ୍ୱରେ ଆନ୍ଦୋଳନକାରୀ ସହରରେ ବାଇକ ରାଲି କରିଛନ୍ତି। କୋସଲ ପ୍ରଦେଶ ଦାବି କରି ସ୍ଲୋଗାନ ଦେବା ସହ ବିଭିନ୍ନ ସରକାରୀ ଓ ବେସରକାରୀ ଅଫିସ ସମ୍ମୁଖରେ ପିକେଟିଂ କରିଥିବା ଦେଖିବାକୁ ମିଳିଛି। ସୁରକ୍ଷା ଦୃଷ୍ଟିରୁ ଦୁଇ ପ୍ଲାଟୁନ୍ ପୋଲିସ ବ୍ୟବସ୍ଥା ବନ୍ଦୋବସ୍ତ କରାଯାଇଛି ବୋଲି dsp ତୁଫାନ୍ ବାଗ ଗଣମାଧ୍ୟମ ଆଗରେ ସୂଚନା ଦେଇଛନ୍ତିି।  ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ 


 

Post a Comment

0 Comments
* Please Don't Spam Here. All the Comments are Reviewed by Admin.