ପଦ୍ମପୁର :-
ଆଜି କୋଶଳ ରାଜ୍ୟ ଦାବିରେ ପଦ୍ମପୁର ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ଏଥିରେ ବହୁ ସଂଖ୍ୟାରେ କୋଶଳ ସଂଗ୍ରାମୀ ମାନେ ଯୋଗ ଦେଇ ବିଭିନ୍ନ ସରକାରୀ ବେସରକାରୀ ଅନୁଷ୍ଠାନ ଦୋକାନ ବଜାର ଯାନ ବାହନ ସବୁ ବନ୍ଦ କରାଯାଇଛି। କିଛି ଜରୁରୀ କାଳୀନ ସେବା ବ୍ୟତୀତ ଅନ୍ୟ ସବୁ ବନ୍ଦ କରାଯାଇଛି।ସ୍ଵତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ବନ୍ଧ ପାଳନ ହୋଇଥିଲା। ସ୍ଵତନ୍ତ୍ର କୋଶଳ ପ୍ରଦେଶ ଗଠନ ପାଇଁ ଆଗକୁ ଆନ୍ଦୋଳନ ଜାରି ରହିବ ଓ ଆଗାମୀ ଦିନରେ ଉଚିତ୍ ପଦକ୍ଷେପ ସରକାର ନେବାକୁ ଦାବି ହେଉଛି ।ପଦ୍ମପୁର ରୁ ନରହରୀ ବଗର୍ତ୍ତୀ ଙ୍କ ରିପୋର୍ଟ