Type Here to Get Search Results !

ବିଶ୍ୱ ପ୍ରାଥମିକ ଉପଚାର ଦିବସ ପାଳନ


ବଲାଙ୍ଗିର :-

ଗୁଡଭେଲା ବ୍ଲକ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟଳୟ, ଘୁନା ବିଦ୍ୟାଳୟର ପରିସରରେ ବିଶ୍ୱ ପ୍ରାଥମିକ ଉପଚାର ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ଜୁନିଅର ରେଡ଼କ୍ରସ ପରାମର୍ଶଦାତା ତଥା ଫଷ୍ଟ ଏଡର୍ ପ୍ରଭାକର ଛନ୍ଦଙ୍କ ଉଦ୍ୟମରେ ପ୍ରାଥମିକ ଉପଚାର ବିଷୟରେ ସଚେତନ ମୂଳକ ତାଲିମ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷକ , ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ପ୍ରାଥମିକ ଉପଚାରର ଲକ୍ଷ୍ୟ, ଉଦ୍ଦେଶ୍ୟ, ରକ୍ତସ୍ରାବ, ବ୍ୟାଣ୍ଡେଜ, ରିକୋଭରି ପୋଜିସନ ଇତ୍ୟାଦି ବିଷୟରେ ଡେମୋନେଷ୍ଟ୍ରେସନ ମାଧ୍ୟମରେ ତାଲିମ ଗ୍ରହଣ କରିଥିଲେ । ପ୍ରଧାନଶିକ୍ଷକ ସଦାଶିବ ମହାନନ୍ଦ ସଭାପତିତ୍ୱ କାର୍ଯ୍ୟକ୍ରମରେ ଶିକ୍ଷକ ତରଣି ଭୋଇ, ପ୍ରେମାନନ୍ଦ ସାମାଲ, ପ୍ରହଲ୍ଲାଦ ଦଣ୍ଡସେନା, ଲୋକନାଥ ପୁଟା, ଶରତ ସାହୁ, ଶିକ୍ଷୟିତ୍ରୀ ଲିକି ପ୍ରଧାନ, ସ୍ବର୍ଣ୍ଣକାନ୍ତି ମାଝୀ ଜୁନିୟର ଆଷ୍ଟମୀ ଝାଙ୍କର, ଶିଶୁ ରଣା, ବର୍ଷା ରଣା, ଯୁବରାଜ, କବିତା ରଣା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ଜୁନିୟର ପପୁ ନାଗ ପରିଚାଳନା କରିଥିଲା ବେଳେ ଜୁନିୟର ଲତା ରଣା ଧନ୍ୟବାଦ ଅର୍ପଣ କରିଥିଲେ ।ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.