Type Here to Get Search Results !

ଖଲିଆପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ


ବଲାଙ୍ଗିର :- 

ବଲାଙ୍ଗିର ଜିଲ୍ଲା ଆଗଲପୁରବ୍ଲକ ଅନ୍ତର୍ଗତ ଖଲିଆପାଲି ଉଚ୍ଚ ପ୍ରାଥମିକ  ବିଦ୍ୟାଳୟ ଠାରେ ଜୁନିଅର ରେଡକ୍ରସ ୟୁନିଟ ତରଫରୁ ଆଜି ଶନିବାର ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି । ଆୟୋଜିତ ହୋଇଥିବା ସଭାରେ ପ୍ରଧାନଶିକ୍ଷକ ତଥା ପ୍ରାଥମିକ ଚିକିତ୍ସା ତାଲିମ ଦାତା ଦୁର୍ଯ୍ୟୋଧନ ପଶାୟତ ଅଧ୍ୟକ୍ଷତା କରି ପ୍ରାଥମିକ ଚିକିତ୍ସା ଏକ ଅତ୍ୟାବଶ୍ୟକୀୟ କୌଶଳ ଯାହାକି ରାସ୍ତାରେ ଦୁର୍ଘଟଣା ଜନିତ ଆହତ ବ୍ୟକ୍ତିଙ୍କର ଜୀବନକୁ ସୁରକ୍ଷିତ କରିଥାଏ ବୋଲି ବକ୍ତବ୍ୟ ଦେଇଥିଲେ ।  ଶ୍ରୀପଶାୟତ ଛାତ୍ରଛାତ୍ରୀ ମାନଙ୍କୁ ପ୍ରାଥମିକ ଚିକିତ୍ସାର ଉପକାରିତା, ରିକୋଭରି ପୋଜିସନ, ଡିଆରଏବିସି, ଅସ୍ଥିଭଗ୍ନ, ରକ୍ତସ୍ରାବ, ଏପିଲେପସି, ବ୍ୟାଣ୍ଡେଜିଙ୍ଗ ତଥା ଗୁଡସମରିତାନର ଭୂମିକା ଭଳି ବିଭିନ୍ନ କୌଶଳ ଡେମୋନେଷ୍ଟ୍ରେସନ ମାଧ୍ୟମରେ ତାଲିମ ଦେଇଥିଲେ ।  କାର୍ଯ୍ୟକ୍ରମରେ ଶିକ୍ଷକ ଜ୍ୟୋର୍ତିମୟ ମିଶ୍ର, ଧିରେନ୍ଦ୍ର କୁମାର ସାହୁ, ସନ୍ତୋଷ କୁମାର ପାଇକ ଚନ୍ଦନ, ସଂଗୀତା ସାହୁ, ସ୍କୁଲ ଚେୟାରମ୍ୟାନ ରାଧେଶ୍ୟାମ ବାରାଲ, ୱାର୍ଡସଭ୍ୟ ବିଘ୍ନେଶ୍ୱର କୁମ୍ଭାର ପ୍ରମୁଖ ସହଯୋଗ କରିଥିଲେ ।  ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.