Type Here to Get Search Results !

କରୁଆଝର ଗ୍ରାମ ରେ ଶାଗୁଆନ୍ ବହୁଳ ପରିମାଣରେ ବିଜା ଓ ଶିମୁଳି କାଠ ଗଣ୍ଡି ପଟା ଜବତ


ସଇଁତଳା :-

ଗତ କାଲି ଦିନ ପ୍ରାୟ 12.40 ରେ ସଇଁତଳା ରେଞ୍ଜ କନ୍ଧକେଲ ସେକ୍ସନ୍ ର କରୁଆଝର ଗ୍ରାମ ରେ ପଛକୁ ପଛ ଚଢ଼ାଉ କରି ବନ ବିଭାଗ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କର୍ମଚାରୀ ମାନେ ବିଜଯ କୁମାର ସିଂହଦେଓ ଙ୍କ କୁକୁଡା ଫାର୍ମ ,କଳାଧର ବାଗ ଙ୍କ ଗୃହ ପରିସର ଓ ଏକାନନ ଭୋଇ ଙ୍କ ଗାଇ ଗୁହାଳ କୁ ତଲାସୀ ରେ 31 ଟି ଶାଗୁଆନ୍ ଗଣ୍ଡି,15 ଶାଗୁଆନ୍ ସାଇଜ କାଠ, 3 ଟି ବିନା ଗଣ୍ଡି,ଓ 20 ଟି ଶିମୁଳି ଗଣ୍ଡି ଜବତ କରିଥିଲେ | ଅଭିଯୁକ୍ତ ମାନେ ଫେରାର୍ ମାରିବାରେ ସଫଳ ହୋଇଥିଲେ | ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଛି | ଏହି ଚଢ଼ାଉ ରେ ସଇଁତଳା ରେଞ୍ଜର ଶ୍ରୀମତୀ ସଂଘମିତ୍ରା ଭୋଇ ଙ୍କ ନେତୃତ୍ଵରେ ଫରେଷ୍ଟର ସୁଶିଲ ପୁଟା, ଆଶୁତୋଷ ମହାକୁର ଓ ବ୍ୟାସଦେବ ସାହୁ ଫରେଷ୍ଟଗାର୍ଡ ଅଶୋକ ସେଠ ,ରଞ୍ଜିତ କୁମ୍ଭାର,ମୁରଲୀ ବେହେରା,ରମେଶ ଧରୁଆ ଓ ସତ୍ୟାନନ୍ଦ ପଧାନ ଅନ୍ୟ ପାରା ବନକର୍ମଚାରୀ ଠିକ୍ ସମୟରେ ଏହି ଚଢ଼ାଉ ଦ୍ଵାରା ଏପରି ବିପୁଳ ଜବତ କରିବାରେ ସକ୍ଷମ ହୋଇଛନ୍ତି | ଏଠରେ ଦ୍ରଷ୍ଟବ୍ୟ ଯେ ବନବିଭାଗ ସମଗ୍ର ଜିଲ୍ଲାରେ ବ୍ୟାପକ ସୁରକ୍ଷା କଡାକଡି ପଇଁତରା ବ୍ୟବସ୍ଥା ସତ୍ତ୍ୱେ କିପରି ଏତେ ପରିମାଣରେ ଗଛ କାଟିବାରେ ଅଭିଯୁକ୍ତ ମାନେ ସଫଳ ହେଉଛନ୍ତି ତାହା ବୁଝା ପଡୁନାହିଁ |ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.