ଝାରସୁଗୁଡ଼ା :-
ସମ୍ମିଳିତ ଆଦିବାସୀ ସମାଜର କାର୍ଯ୍ୟକାରିଣୀ କମିଟି ବୈଠକ ଅନୁଷ୍ଠିତ ହୋଇ ରକ୍ତ ସମ୍ପର୍କ ଯୋଡ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା ଓ ଆଗାମୀ ଦିନର କାର୍ଯ୍ୟପନ୍ଥା ଗ୍ରହଣ କରିବା ପାଇଁ ନିଷ୍ପତ୍ତି ହୋଇଛି। ଆସନ୍ତା ଅକ୍ଟୋବର ମାସଶେଷ ଆଡ଼କୁ ନିଆରା ଢଙ୍ଗରେ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ରହିଥିବା ବେଳେ ନଭେମ୍ବରରେ ବିର୍ସାମୁଣ୍ଡା ଜୟନ୍ତୀ ଓ ଡିସେମ୍ବରରେ ଆତ୍ମୋତ୍ସର୍ଗ ଦିବସ ପାଳନ ପାଇଁ ଦ୍ଵିତୀୟ ପ୍ରସ୍ତୁତି ବୈଠକ ଅକ୍ଟୋବର ୨ତାରିଖ ରବିବାର ଦିନ ୧୧ ଘଟିକା ସମୟରେ କୋଲାବିରା ଗଢ଼ରେ ଅନୁଷ୍ଠିତ ହେବ। ରକ୍ତ ସମ୍ପର୍କ ଯୋଡ ସମୟରେ ସଙ୍ଗଠନର ତିନି ପ୍ରକାର ସ୍ଥାଇ ସଦସ୍ଯ ସଦସ୍ୟା ଆସନ୍ତା ଅକ୍ଟୋବର ମାସ ଶେଷ ସୁଦ୍ଧା ଗ୍ରହଣ କରିବା ପାଇଁ ଠୋସ ପଦକ୍ଷେପ ଗ୍ରହଣ କରାଯିବ। ଏହି ସଭାରେ ଅଖିଲ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭାର ରାଜ୍ୟ ସଭାପତି ମହେନ୍ଦ୍ର ନାଏକ, ସମ୍ମିଳିତ ଆଦିବାସୀ ସାମାଜର ସଭାପତି ମାଧବ ସିଂହ ନାଏକ, ମହାସଚିବ ଅଶୋକ ମାଝୀ, ଦୁବରାଜ ମୁଣ୍ଡା, ଶ୍ୟାମଲାଲ ନାଏକ, ରାଜେଶ ନେଟୀ, ତ୍ରିଲୋଚନ ଡନସନା, ପବିତ୍ର ନାଏକ, ଗଙ୍ଗାଧର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।
ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡଙ୍ଗା ଙ୍କ ରିପୋର୍ଟ

