ଚମ୍ପୁଆ :-
ଚାଷୀଙ୍କୁ ଜଳାଭାବ ରୁ ରକ୍ଷା କରିବା ପାଇଁ କ୍ଷୁଦ୍ର ଜଳସେଚନ ବିଭାଗ ଅଛି ବିଭାଗୀୟ ପ୍ରକଳ୍ପ ମଧ୍ୟ ଅଛି କିନ୍ତୁ ଚାଷୀଙ୍କୁ ମିଳୁନି ପ୍ରକଳ୍ପ ରୁ ପାଣି କି ବିଭାଗୀୟ ଅଧିକାରୀଙ୍କ ଦେଖା। ଏପରି ଅବସ୍ଥା ଦେଖା ଦେଇଛି ଚମ୍ପୁଆ କ୍ଷୁଦ୍ର ଜଳ ସେଚନ ବିଭାଗ ରେ। ପ୍ରତି ବର୍ଷ ପ୍ରକଳ୍ପ ପାଇଁ ଲକ୍ଷ ଲକ୍ଷ ଟଙ୍କା ର ଅନୁଦାନ ଆସୁଛି କିନ୍ତୁ କଣ କାମ ହେଉଛି ତାହା ଜାଣି ପାରୁ ନାହାଁନ୍ତି ଚାଷୀ। ଗୁହାରୀ କରିବାକୁ ଚମ୍ପୁଆ ସ୍ଥିତ ବିଭାଗୀୟ ଅଫିସ କୁ ଗଲେ ସେଠାରେ ତାଲା ଝୁଲୁଥିବା ଦେଖିବାକୁ ମିଳୁଛି। ଚାଷୀ ଗୁହାରୀ କରିବେ ତ କରିବେ କାହାକୁ ଶୁଣିବ କିଏ ? ଏଥିପାଇଁ ଚାଷୀ ମାନେ ଏହି ବିଭାଗ ଉପରୁ ଭରଷା ତୁଟାଇ ସରପଞ୍ଚ ଙ୍କୁ ଭରଷା କରିବା ଦେଖିବାକୁ ମିଳିଛି ଚମ୍ପୁଆ ବ୍ଲକ କୋଦଗାଡିଆ ପଞ୍ଚାୟତ ଅନ୍ତର୍ଗତ ଗୋପପୁର ଗ୍ରାମ ରେ। ଏହି ଗ୍ରାମ ନିକଟସ୍ଥ ବାଙ୍କ ଠାରେ ଏକ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଥିଲେ ମଧ୍ୟ ଚାଷୀ ଙ୍କୁ ଏହି ପ୍ରକଳ୍ପ ର ଲାଭ ମିଳି ପାରୁନାହିଁ। ଲୋକ ଦେଖାଣିଆ ଭାବରେ ଏହି ବିଭାଗ ପାଣି ପଞ୍ଚାୟତ ଗଠନ କରି କାଗଜ କଲମରେ ଚାଷୀ ଙ୍କୁ ପାଣି ଯୋଗାଇ ଆସୁଥିବା ବେଳେ ପ୍ରକୃତ ଚିତ୍ର କିନ୍ତୁ ଭିନ୍ନ। ଚାଷୀ ମାନେ ଜଳ କର ଦେଇ ଦେଇ କଙ୍ଗାଳ ହେବା ସ୍ଥିତି ରେ ପହଞ୍ଚି ସାରିଲେଣି କିନ୍ତୁ କେନାଲ ରେ ପାଣି ର ଦେଖା ନାହିଁ। ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷୀ ମୁଣ୍ଡ ରେ ହାତ ଦେଇ ବସିଥିବା ବେଳେ ଚମ୍ପୁଆ କ୍ଷୁଦ୍ର ଜଳସେଚନ ବିଭାଗର ଅଫିସ କୁ ଗୁହାରୀ କରିବାକୁ ଦୈଡି ଯାଇଥିଲେ କିନ୍ତୁ ଅଫିସ ରେ କାହାର ଦେଖା ନ ପାଇ ଗୋପପୁର ଅଞ୍ଚଳ ର ଚାଷୀ ମାନେ ନିଜ ଚାଷ ବଞ୍ଚାଇବାକୁ ସ୍ଥାନୀୟ ସରପଞ୍ଚଙ୍କ ଦ୍ଵାରସ୍ଥ ହୋଇଥିଲେ। ସରପଞ୍ଚ ମଞ୍ଜୁଲତା ନାଏକ ଚାଷୀ ଙ୍କ ସମସ୍ୟା କୁ ହୃଦୟଙ୍ଗମ କରିବା ସହିତ ପଞ୍ଚାୟତ ଅନୁଦାନ ରେ ଗ୍ରାମରେ ଥିବା ଏକ ପୋଖରୀ ରୁ ପାଣି ନିଷ୍କାସନ କରି ଚାଷୀ ମାନଙ୍କ କ୍ଷେତ କୁ ପାଣି ମଡାଇବାରେ ସହାୟତା କରିଛନ୍ତି। ଏହାକୁ ନେଇ ଚାଷୀ ମାନେ ଖୁସି ଜାହିର କରିଥିବା ବେଳେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଥାଇ ସୁଦ୍ଧା ଚାଷୀ ମାନେ ପାଣି ନ ପାଇବା ଓ କ୍ଷୁଦ୍ର ଜଳସେଚନ ବିଭାଗର ଅଫିସ ରେ ସବୁବେଳେ ତାଲା ଝୁଲୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଦେଖା ନ ମିଳିବା ନେଇ ଚାଷୀ ମାନଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି। ତେବେ ଚାଷୀ ମାନେ କ୍ଷୁଦ୍ର ଜଳସେଚନ ବିଭାଗର ଉଚ୍ଚ ପଦାଧିକାରୀ ମାନେ ଏ ଦିଗରେ ଧ୍ୟାନ ଦେବାକୁ ଦାବି କରିବା ସହିତ ଚମ୍ପୁଆ ନବ ନିଯୁକ୍ତ ଉପଜିଲ୍ଲାପାଳ ମହୋଦୟ ଏଥିପ୍ରତି ଦୃଷ୍ଟି ଦେବେ ବୋଲି ଆଶାବ୍ୟକ୍ତ କରିଛନ୍ତି।
କେନ୍ଦୁଝର ରୁ ସୁଶାନ୍ତ କୁମାର ସେଠୀ ଙ୍କ ରିପୋର୍ଟ