ପଦ୍ମପୁର :-
ରାଜ୍ୟ ସରକାର ସାଧାରଣ ଜନତାକୁ ତଥା ଗରିବ ନିଷ୍ପେସିତ ଅସହାୟ ଲୋକ ମାନଙ୍କୁ ସହାୟତା ପ୍ରଦାନ ଓ ନ୍ଯାୟ ପ୍ରଦାନ କରିବା ପାଇଁ ପ୍ରଶାସନିକ ଅଧିକାରୀ ମାନଙ୍କୁ ନିଯୁକ୍ତ କରିଛନ୍ତି । ମାତ୍ର ଏ କ୍ଷେତ୍ରରେ କେତେକ କାଂଶରେ ବ୍ଯତିକ୍ରମ ଦେଖା ଯାଇଥାଏ । ଏପରି ଏକ ଅଭାବନୀୟ ଘଟଣା ଦୀର୍ଘଦିନ ରୁ ଦେଖିବାକୁ ମିଳିଛି । ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ବରତୁଣ୍ତା, ଜାମସେଠ, ଚେରଙ୍ଗାଝାଞୀ ଗ୍ରାମରେ କେତେକ ସାଧାରଣ ଭୂମିହୀନ ବ୍ଯକ୍ତି ନ୍ଯାୟ ପାଇବା ପାଇଁ ପ୍ରଶାସନୀଙ୍କୁ ଅଧିକାରୀ ଥାନାରୁ ଆରମ୍ଭ କରି ତହସିଲ,ଉପ ଜିଲ୍ଲାପାଳ ଙ୍କ ଦ୍ବାରସ୍ଥ ହୋଇ ମଧ୍ଯ ଉଚିତ ନ୍ଯାୟ ପାଇପାରୁ ନାହାନ୍ତି । ତେଣୁ ବରତୁଣ୍ତା ଗ୍ରାମର ନିଆଜ ଅଲ୍ଲୀ ନାମକ ଏକ ବ୍ଯକ୍ତି ଏହି ସମସ୍ୟାକୁ ନେଇ ପଦ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଜିଲ୍ଲାପାଳ ବରଗଡ଼ ଙ୍କ ଉଦ୍ଦେଶ୍ଯ ରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ବରତୁଣ୍ତା ,ଜାମେସେଠ, ଚେରଙ୍ଗାଝାଞୀ ଗ୍ରାମର କେତେକ ବ୍ଯକ୍ତି ୧୯୭୬ ମସିହାରୁ ଶିଲିଂ ଜମି ପାଇ କମାଣି କରି ଆସୁଥିଲେ । ମାତ୍ର ଏ ପର୍ଯ୍ଯନ୍ତ ଉକ୍ତ ଜମିର ପଟା ଅଦ୍ଯାବଧି ମିଳି ପାରି ନାହିଁ । ଏ ସଂପର୍କରେ ପାଇକମାଲ ତହସିଲ,ପଦ୍ମପୁର ଉପ ଜିଲ୍ଲାପାଳଙ୍କ ଠାରେ ଆବେଦନ କରି ବାରମ୍ବାର ଧାରଣା ଓ ତାଳା ବନ୍ଦ ଆନ୍ଦୋଳନ କରିଥିଲେ ମଧ୍ଯ ଉଚିତ ନ୍ଯାୟ ମିଳି ପାରିନାହିଁ । ତେଣୁ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ନ୍ଯାୟ ପ୍ରଦାନ ପୂର୍ବକ ପଟା ପ୍ରଦାନ କରିବା ପାଇଁ ନିଆଜ ଅଲ୍ଲୀ,ଚୁରନ ମାଝୀ,ମକାରୁ ମାଝୀ,ବିଜୟ ମାଝୀ,ଶ୍ରୀମୁଖ ଷାଣ୍ଢ,ଦାମ୍ବେଦର ଜଗତ,ଗୌରୀ ଶବରଙ୍କ ସମେତ ଅନ୍ଯାନ୍ଯ ପ୍ରମୁଖ ଦାବୀ କରିଛନ୍ତି । ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ