Type Here to Get Search Results !

ପାର୍କ ନିର୍ମାଣ କୁ ବିରୋଧ କରି ଉପ ଜିଲ୍ଲପାଳଙ୍କ ଦ୍ବାରସ୍ଥ ହେଲେ ଚମ୍ପୁଆ ଏନଏସି ର ୯ ନଂ ବାସିନ୍ଦା

 


ଚମ୍ପୁଆ :-

ଚମ୍ପୁଆ ଏନଏସି ର ୯ ନଂ ୱାର୍ଡ ର ବାସିନ୍ଦା ମାନେ ତାଙ୍କ ୱାର୍ଡ ରେ ହେଉଥିବା ପାର୍କ ନିର୍ମାଣ କୁ ବିରୋଧ କରି ଚମ୍ପୁଆ ଉପଜିଲ୍ଲପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି। ସୂଚନା ଅନୁସାରେ ଚମ୍ପୁଆ ୯ ନଂ ୱାର୍ଡ ରେ ବସବାସ କରୁଥିବା ବାରିକ ସାହି ର ଅଧିବାସୀ ମାନେ ଅନ୍ତ୍ୟନ୍ତ ଗରିବ ଶ୍ରେଣୀ ର ଅଟନ୍ତି। ସେମାନେ ବସବାସ କରୁଥିବା ଘର ଖଣ୍ଡିକ ବ୍ୟତୀତ ସେମାନଙ୍କ ପାଖରେ ଅନ୍ୟ କୌଣସି ଖାଲି ଜାଗା ନାହିଁ। ତେଣୁ ସେମାନେ ତାଙ୍କ ସାହି କୁ ଲାଗି ରହିଥିବା ଆମ୍ବ ତୋଟା କୁ ବିବାହ, ବ୍ରତ, ଏକୋଇଶିଆ ଆଦି କାର୍ଯ୍ୟକ୍ରମ ପାଇଁ ବ୍ୟବହାର କରି ଆସୁଛନ୍ତି। ସେମାନଙ୍କ ଛୋଟ ଛୋଟ ପିଲା ମାନେ ଏହି ତୋଟା ରେ ଖେଳକୁଦ କରିବା ସହିତ ଅନ୍ୟ ମାନେ ଆବଶ୍ୟକ ସ୍ଥଳେ ଏହି ତୋଟା କୁ ବିଶ୍ରାମ କରିବା ପାଇଁ ମଧ୍ୟ ବ୍ୟବହାର କରନ୍ତି। ଏବେ ଏକ ସରକାରୀ ପ୍ରକଳ୍ପ ଅନୁସାରେ ଏଠାରେ ଏକ ପାର୍କ ନିର୍ମାଣ କରାଯିବାକୁ ସ୍ଥିର କରାଯାଇଛି ତେଣୁ ବାରିକ ସାହି ବାସିନ୍ଦା ମାନେ ଏହି ଆମ୍ବ ତୋଟା ରେ ପାର୍କ ନିର୍ମାଣ ହେଲେ ସେମାନଙ୍କ ପିଲା ମାନେ ଖେଳକୁଦ ରୁ ବଞ୍ଚିତ ହେବା ସହିତ ସେମାନେ ଅନେକ ସୁବିଧାର ସମ୍ମୁଖୀନ ହେବା ଦର୍ଶାଇ ଏହି ପାର୍କ କୁ ଅନ୍ୟତ୍ର ନିର୍ମାଣ କରାଯିବାର ଦାବି ନେଇ ଏନଏସି କର୍ତ୍ତୃପକ୍ଷ ଙ୍କ ଦ୍ବାରସ୍ଥ ହେବା ସହିତ ଚମ୍ପୁଆ ଉପଜିଲ୍ଲାପାଳ ଙ୍କୁ ମଧ୍ୟ ଗୁହାରୀ କରିଛନ୍ତି। ତେବେ ଚମ୍ପୁଆ ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହକାରୀ ଜିଲ୍ଲାପାଳ ଶ୍ରୀମତୀ ଶ୍ବେତପଦ୍ମା ଧଳ ସାହି ବାସିନ୍ଦା ଙ୍କ ଦାବି ପତ୍ର କୁ ଗ୍ରହଣ କରିଛନ୍ତି। 

କେନ୍ଦୁଝର ରୁ ସୁଶାନ୍ତ କୁମାର ସେଠୀ ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.