ପଦ୍ମପୁର :-
ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ,ପଦ୍ମପୁର ର କୁସୁନାପାଲି ସ୍ଥିତ ବିଦ୍ୟା ମନ୍ଦିର ର ବଗିଚା ପରିସରରେ ବକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।ଉକ୍ତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ସମାଜ ସେବୀ ଶ୍ରୀଯୁକ୍ତ ନିରୋଜ ଦୋରା, ସଭାପତି ଶ୍ରୀଯୁକ୍ତ ପୃଥିରାଜ ସାହୁ , ସମ୍ପାଦକ ଶ୍ରୀଯୁକ୍ତ ଜନକଲାଲ ମେହେର , କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଘନଶ୍ୟାମ ପୁଞ୍ଜି ପ୍ରମୁଖ ଉପସ୍ଥିତ ରହି ବଗିଚା ର ସୌନ୍ଦର୍ଯ୍ୟ କରଣ ଉପରେ ଆଲୋକପାତ କରିବା ସହ ବୃକ୍ଷ ରୋପଣ ନିତାନ୍ତ ଜରୁରୀ ପୁନଶ୍ଚ ଉକ୍ତ ଗଛ ମାନଙ୍କର ଉପଯୁକ୍ତ ଯତ୍ନ ନେବାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ ।ଶେଷରେ ପ୍ରଧାନ ଆଚାର୍ଯ୍ୟ ଶ୍ରଯୁକ୍ତ ଯୁବରାଜ ପଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ପଦ୍ମପୁର ରୁ ନରହରୀ ବଗର୍ତ୍ତୀ ଙ୍କ ରିପୋର୍ଟ