ଅତାବିରା :-
ଗତ ମଙ୍ଗଳବାର ଦିନ ବିଳମ୍ବିତ ରାତ୍ରି ରେ ଅତାବିରା ବ୍ଳକ୍ ଅନ୍ତର୍ଗତ ଗୋଡଭଗା ର ଏକ ଗ୍ୟାସ ଗୋଦାମରେ ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣ ରେ ଦୋକାନ ର ଜଣେ କର୍ମଚାରୀ ପାହାଡ଼ ଶ୍ରୀଗିଡା ନିବାସୀ ଇଶ୍ବର କନ୍ଧ ଗୁରୁତର ଆହତ ହେବା ସହିତ ନିକଟବର୍ତ୍ତୀ ଦୁଇଟି ଦୋକାନ ସମ୍ପୁର୍ଣ୍ଣ ରୂପେ ଭାଙ୍ଗି ଯାଇଛି । ଆହତ ଜଣକୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ବୁର୍ଲା ମେଡିକାଲ କୁ ନିଆଯାଇଥିଲା । ଡାକ୍ତର ଙ୍କ କହିବାନୁସାରେ ବର୍ତ୍ତମାନ ଆହତ ବ୍ୟକ୍ତି ସ୍ବାସ୍ଥ୍ୟ ବସ୍ଥା ସ୍ଥିରଅଛି ।
ସୂଚନାଯୋଗ୍ୟ ଯେ ଏହି ଭୟଙ୍କର ବିସ୍ଫୋରଣ ଟି ଗୋଡଭଗା ସହରର ପୋଲିସ ଫାଣ୍ଟି ସମ୍ମୁଖରେ ଥିବା ଭାରତ୍ ଗ୍ୟାସ ର ଏକ ଦୋକାନ ଗୋଦାମରେ ହୋଇଥିଲା । ଅବହେଲା ନା ଯାନ୍ତ୍ରିକ ତୃଟି ଯୋଗୁଁ ଏଭଲି ଏକ ଭୟବହ ଦୁର୍ଘଟଣା ହେଲା ତାର କାରଣ ଏଯାବତ୍ ଜଣା ପଡି ନାହିଁ । ଅତାବିରା ରୁ ରୋହିତ୍ ମେହେର ଙ୍କ ରିପୋର୍ଟ
Very sad
ReplyDelete