Type Here to Get Search Results !

ଘୁନସର କଲେଜରେ "ବୃକ୍ଷ ବନ୍ଧୁ" କାର୍ଯ୍ୟକ୍ରମ ଅନୁଷ୍ଠିତ

 


ବଲାଙ୍ଗିର :-

ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଘୁନସର ଠାରେ କଲେଜର ଅଧ୍ୟକ୍ଷ ଶୁଭେନ୍ଦୁ ବିକାଶ କୁମ୍ଭାରଙ୍କ ସଭାପତିତ୍ବରେ ସ୍ଥାନୀୟ ସରପଞ୍ଚ ଅନୁରାଧା ସେଠ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଡେଙ୍ଗ ଇକୋକ୍ଳବ ଅମରାବତୀ ଓ ରେଡ଼କ୍ରସର ମିଳିତ ଆନୁକୂଲ୍ୟରେ ପ୍ରକୃତି ବନ୍ଧୁ ଶିକ୍ଷକ ତଥା ରେଡ଼କ୍ରସ କର୍ମୀ ରାମ ନାରାୟଣ ଦାଶଙ୍କ ନେତୃତ୍ୱରେ ବୃକ୍ଷ ବନ୍ଧୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କଲେଜର ଛାତ୍ରଛାତ୍ରୀ ଓ ଅଧ୍ୟାପକ ଗଛର ସୁରକ୍ଷା ପ୍ରତି ଧ୍ୟାନ ଦେବା ସହ ବୃକ୍ଷ ରୋପଣ କରି ସୁନ୍ଦର ପରିବେଶ ସୃଷ୍ଟି କରିବା ପାଇଁ ଶପଥ ପାଠ ନେଇଥିଲେ ଏବଂ ପ୍ରତ୍ୟେକ ଛାତ୍ରଛାତ୍ରୀ ଗୋଟିଏ ଲେଖାଏଁ ଗଛ ଲଗାଇ ତାହାର ଯତ୍ନ ନେବାକୁ ଅତିଥି ମାନେ ଆହ୍ଵାନ କରିଥିଲେ। ଏହି ଅବସରରେ ଦୁଇଶହରୁ ଅଧିକ ଗଛ ଲଗାଯାଇଥିଲା।

କଲେଜର ଅଧ୍ୟାପକ ନିରାକାର ସାହୁ, ମୋହନ ଚରଣ ବାଗ, ଅମିତାଭ ପଟେଲ, ନାରାୟଣ ବୁଡେକ, ସୁକୁମାର ସାହୁ, ଯୁବ ସାମ୍ବାଦିକ ଅଭିନାଶ ନନ୍ଦ, ଅଜିତ କୁମାର ସାହୁ, ରଞ୍ଜନ ବାଗ, କଲେଜର କର୍ମଚାରୀ ସରୋଜ ସାହୁ, ଶତୃଘନ ଗହୀର, ସାଧୁ ରଣା, ବିଷ୍ଣୁ ଭୋଇ, ଘନଶ୍ୟାମ ସାହୁ, ନିରଂଜନ ରଣା ସମେତ ନିବେଦିତା ମାଝୀ, ରିତା ରଣା, ଡେଜିସ୍ମିତା ମାଝୀ, ପ୍ରୀତି ମେହେର, ଦେଵକୀ ସେଠ, ଅନିତା ରାଣୀ ବେହେରା ପ୍ରମୁଖ ଛାତ୍ର ଛାତ୍ରୀ ସହଯୋଗ କରିଥିଲେ। କାର୍ଯ୍ୟକ୍ରମକୁ ରେଡ଼କ୍ରସ କର୍ମୀ ହିମାଂଶୁ ଶେଖର ବିଶ୍ୱାଳ ପରିଚାଳନା କରିଥିଲା ବେଳେ କପିଲେଶ୍ୱର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.