Type Here to Get Search Results !

ପୂଜା ଚାନ୍ଦା ନ ଦେବାରୁ ଦଳିତ ମହିଳା କୁ ମରଣାନ୍ତକ ଆକ୍ରମଣ


କୁଜଙ୍ଗ :-

ପୂଜା ଚାନ୍ଦା ନ ଦେବାରୁ ମହିଳା ଓ ତାଙ୍କ ପୁଅକୁ ଅସାମାଜିକ ବ୍ୟକ୍ତି ଜଣକ କାଠ ଫାଳିଆ ରେ ପିଟିଲେ। ସୂଚନା ଅନୁଯାୟୀ ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି, କୁଜଙ୍ଗ ବ୍ଲକ ଅନ୍ତର୍ଗତ ଗରେଇ ପଂଚାୟତ ର ଗରେଇ ଗ୍ରାମରେ,ଗ୍ରାମର ଗଣେଶ ପୂଜା ଚାନ୍ଦା ଦେବାକୁ ଅକ୍ଷମତା ପ୍ରକାଶ କରିଥିଲେ ସେହି ଗ୍ରାମର ଜୈନିକ ନିରାଶ୍ରୟା ବିଧବା ମହିଳା ପୂଜାରାଣୀ ମଲ୍ଲିକ। ଭସାଣି ଦିନ ରାତିରେ ପୁଅକୁ ଖୋଜିବାକୁ ଆସିଥିଲେ ବିଧବା ମହିଳା ପୂଜାରାଣୀ। ସେହି ଗ୍ରାମର ରଞ୍ଜନ ଦାସ କୁ ମୋ ପୁଅ କାହିଁ ତାକୁ ଦେଖିଚ କି ବୋଲି ପଚାରି ଥିଲେ। ତୋ ପୁଅର ଆମେ କଣ ଠିକା ନେଇଛୁ, ପୂଜା ଚାନ୍ଦା ନ ଦେଇ ବେଶୀ କଥା କହୁଚୁ ରାଣ୍ଡି ମାଇକିନା, କହି ଏକ କାଠ ଫାଳିଆରେ ପିଟି ଚାଲିଲେ ମଦ୍ୟପ ଯୁବକ। ମୁର୍ମୁଶୁ ଅବସ୍ଥାରେ ମହିଳାକୁ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା, ଗୁରୁତର ଥିବା ମହିଳା ଓ ତାଙ୍କ ପୁଅକୁ ସମୃକ୍ତ ବ୍ୟକ୍ତି ଗ୍ରାମ ରେ ପୁରାଇ ନଦେବା ଓ ହତ୍ୟା ଧମକ ଦେବାର ମିଡ଼ିଆ ସାମନାରେ ପ୍ରକାଶ କରିଛନ୍ତି ତାଙ୍କ ସମ୍ପର୍କୀୟ, ଘଟଣା କୁ ଚାରି ଦିନ ବିତି ଯାଇ ଥିଲେ ବି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ଓ ଭୟ ରେ ସମ୍ପର୍କୀୟ ଙ୍କ ଘରେ ଆଶ୍ରୟ ନେବା ଦେଖିବାକୁ ମିଳିଛି। ବିଧବା ମହିଳା ଓ ତାଙ୍କ ପୁଅ ଚିକିତ୍ସା ଧୀନ ଅବସ୍ଥାରେ ନିଜ ଭଉଣୀ ଘରେ ଆଶ୍ରୟ ନେଇଥିବାବେଳେ ଆଶ୍ରୟ ଦେଇଥିବା ବ୍ୟକ୍ତି ଙ୍କ ନାମରେ ଅସାମାଜିକ ବ୍ୟକ୍ତି ଜଣକ ଏକ ପାଲଟା ମିଥ୍ୟା ମାମଲା ଦେଇଥିବାର ଜଣା ପଡିଛି। ଏଭଳି ଏକ ନିନ୍ଦନୀୟ ଘଟଣା କୁ ନେଇ ସାଧାରଣ ରେ ଚର୍ଚ୍ଚା ଜୋର ଧରି ଥିବା ବେଳେ ଦେଖିବାକୁ ବାକି ରହିଲା ଦଳିତ ମହିଳା କୁ କିପରି ନ୍ୟାୟ ମିଳୁଛି । ଜଗତସିଂହପୁର କୁଜଙ୍ଗ ରୁ କୈଳାସ ବେହେରା ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.