ବଲାଙ୍ଗିର :-
ବଲାଙ୍ଗିର ରେ ଓଡିଶା ବିଧାନସଭା ଷ୍ଟାଣ୍ଡିଂ କମିଟି ର 3 ଜଣିଆ ପ୍ରତିନିଧି ମଣ୍ଡଳୀ ର ଅଧ୍ୟକ୍ଷ ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଙ୍କ ନେତୃତ୍ଵରେ ଆଜି ବଲାଙ୍ଗିର ଜିଲ୍ଲା ଗସ୍ତରେ ଆସି ପୂର୍ବାହ୍ନ ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ବିଭାଗୀୟ ସମୀକ୍ଷା ବୈଠକରେ ଯୋଗଦାନ କରି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟକାରିତା ଓ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ |ସମୀକ୍ଷା ବୈଠକରେ ବିଶେଷ କରି କୃଷି ବୀମା ଯୋଜନାର କାର୍ଯ୍ୟକାରିତା ଧାନ କ୍ରୟ ମଣ୍ଡି ଗୁଡିକ ର ସୁପରିଚାଳନା, ପ୍ରାଥମିକ କୃଷି ସମବାୟ ସମିତି ତରଫରୁ କୃଷି ରୁଣ ପ୍ରଦାନ, ଚାଷୀ ପଞ୍ଜୀକରଣ, ବୟନଶିଳ୍ପ ଓ ହସ୍ତତନ୍ତ ର ବିକାଶ ନିମନ୍ତେ ସରକାର ଙ୍କ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଓ ଅଗ୍ରଗତି ସମ୍ବନ୍ଧରେ ସମୀକ୍ଷା କରିଥିଲେ | ଏହି ଗସ୍ତ ଅବସରରେ ଅଧ୍ୟକ୍ଷ ଶ୍ରୀ ମିଶ୍ର କମିଟିର ସଦସ୍ଯ କଣ୍ଟାମାଳ ବିଧାୟକ ଶ୍ରୀଯୁକ୍ତ ମହିଧର ରଣା,ଲାଞ୍ଜିଗଡ଼ ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ କୁମାର ଦିଶାରୀ ଯୋଗଦାନ କରି ଜିଲ୍ଲା ରେ ସରକାରୀ ଯୋଜନାର ବ୍ୟବସ୍ଥିତ ଓ ସଫଳ ରୂପାୟନ ଦିଗରେ ବିଭାଗୀୟ ଅଧିକାରୀମାନେ ଯତ୍ନବାନ୍ ହେବାକୁ ପରାମର୍ଶ ଦେଇଥିଲେ |ଚାଷୀମାନେ ଯେପରି ଫସଲ ବୀମା ଠିକ୍ ଭାବ ରେ ଓ ଠିକ୍ ସମୟରେ ପାଇପାରିବେ ସେଥିପ୍ରତି ବିଭିନ୍ନ ପଦକ୍ଷେପ ନେବାକୁ ଅଧିକାରୀ ମାନକୁ ପରାମର୍ଶ ଦେଇଥିଲେ | ଚାଷୀମାନେ ସେମାନଙ୍କ ପାସ ବୁକ ଓ ଚେକ ବୁକ ନିଜ ପାଖରେ ରଖିବେ ତାହା ଶୁନିଶ୍ଚିତ କରିବାକୁ ବିଭାଗୀୟ ଅଧିକାରୀ ମାନକୁ ପରାମର୍ଶ ଦେଇଥିଲେ |ଧାନ କ୍ରୟ ବେଳେ ହେଉଥିବା ବିଭିନ୍ନ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହେବାସହ ତାକୁ କିପରି ସୁଧାର କରାଯିବ ସେସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ | ବୈଠକରେ ଅତିରିକ୍ତ ଜିଲାପାଳ ଲମ୍ବୋଧର ଧରୁଆ ,ବଲାଙ୍ଗିର ଉପଜିଲ୍ଲାପାଳ କୁମାର ନାଗଭୂଷଣ,ପାଟଣାଗଡ଼ ଭାରପ୍ରାପ୍ତ ଉପଜିଲ୍ଲାପାଳ ପୁଷ୍ପାଞ୍ଜଳି ମିଶ୍ର,ଙ୍କ ସମେତ କୃଷି ସମବାୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, ବୟନଶିଳ୍ପ ଓ ହସ୍ତତନ୍ତ,ନିୟନ୍ତ୍ରିତ ବଜାର କମିଟି ର ଅଧିକାରୀ ମାନେ ଉପସ୍ଥିତ ଥିଲେ | ପରେ କମିଟି ଦେଓଗାଁ ବ୍ଲକ ଅନ୍ତର୍ଗତ ଜରାସିଂହା ଗ୍ରାମକୁ କ୍ଷେତ୍ର ପରିଦର୍ଶନ ରେ ଯାଇ ସ୍ତାନୀୟ ବୁଣାକାର ଚାଷୀ ଗ୍ରାମବାସୀ ମାନେ ଚାଷ ଓ ବୟନଶିଳ୍ପ ରେ ସମ୍ମୁଖିନ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ |ଚାଷ ଜମିରେ କୀଟ ଲାଗିଥିବା ଅଭିଯୋଗ ସମ୍ପର୍କରେ ତୁରନ୍ତ ଗ୍ରହଣ କରିବା, ବୟନଶିଳ୍ପ ଓ ହସ୍ତତନ୍ତ ବିଭାଗ ଜରିଆରେ ବୁଣାକାର ମାନକୁ ସରକାରୀ ଯୋଜନା ସମ୍ପର୍କରେ ସଚେତନ କରିବା ତଥା ଯୋଗ୍ୟ ହିତାଧିକାରୀ ମାନେ ସରକାରୀ ଯୋଜନାରୁ ଲାଭ ପାଇପାରିବେ ସେଥିପ୍ରତି ବିହିତ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀ ମାନକୁ ନିର୍ଦ୍ଦେଶ ଦେଇଥିଲେ |ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍