Type Here to Get Search Results !

ସାଂସଦ ସୁରେଶ ପୂଜାରୀଙ୍କ ଝାରବନ୍ଧ ମହାବିଦ୍ୟାଳୟ ପରିଦର୍ଶନ

 


ବରଗଡ଼ / ଝାରବନ୍ଧ :- 

ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ୍ କୁ ମାନ୍ୟବର ବରଗଡ଼ ସାଂସଦ ଶ୍ରୀମାନ ସୁରେଶ ପୂଜାରୀ ଗସ୍ତ କରି ବ୍ଲକ ର ବିଭିନ୍ନ ସମସ୍ୟା ଉପରେ ଦୃଷ୍ଟି ଦେବା ସହ ଝାରବନ୍ଧ ସ୍ଥିତ ପଞ୍ଚାୟତ ଡିଗ୍ରୀ ମହାବିଦ୍ୟାଳୟ କୁ ପରିଦର୍ଶନ କରିଛନ୍ତି । ଏହି ଅବସରରେ ମହାବିଦ୍ୟାଳୟ ପରିସର ଭିତରେ ତାଙ୍କୁ ଫୁଲତୋଡ଼ା ସହ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରା ଯାଇଥିଲା ।ଶିକ୍ଷାବିତ୍ ମାନଙ୍କ ସହିତ ଝାରବନ୍ଧ ଅଞ୍ଚଳ ରେ ବିଜ୍ଞାନ ଶିକ୍ଷା ର ଆବଶ୍ୟକତା, ଗମନାଗମନ ର ବିକାଶ,ସ୍ବାସ୍ଥ୍ୟ ଆଦି ବିଭିନ୍ନ ସମସ୍ୟା ର ଦୂରୀକରଣ ଉପରେ ପର୍ଯ୍ୟାପ୍ତ ଆଲୋଚନା କରାଯାଇଥିଲା ।ଏହା ସହିତ ଆଗାମୀ ଦିନରେ ମହାବିଦ୍ୟାଳୟ ର ୨୫ ବର୍ଷ ପୂର୍ତ୍ତି ଅବସରରେ ରୌପ୍ୟ ଜୟନ୍ତୀ ପାଳନ କରାଯିବାର ପ୍ରସ୍ତାବ ଉପରେ ଆଲୋଚନା କରା ଯାଇଥିଲା ।ଉକ୍ତ ରୌପ୍ୟ ଜୟନ୍ତୀରେ ଓଡ଼ିଶା ର ମାନ୍ୟବର ରାଜ୍ୟପାଳ ଶ୍ରୀଯୁକ୍ତ ଗଣେ ସି ଲାଲ ଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା ଏବଂ ସାଂସଦ ଶ୍ରୀଯୁକ୍ତ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ପାଇଁ ସହମତି ଦେବା ସହ ମହାବିଦ୍ୟାଳୟ ର ଆନୁଷଙ୍ଗିକ ଉନ୍ନତି ନିମନ୍ତେ ବିଶେଷ ଧ୍ୟାନ ଦେବା ପାଇଁ ପ୍ରତିଶ୍ରୁତି ଦେଇ ଥିଲେ ।ସାଂସଦ ଙ୍କ ଉକ୍ତ ଗସ୍ତ କାର୍ଯ୍ୟକ୍ରମ ରେ ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ ଓ ବରିଷ୍ଠ ନେତା ଗୋବର୍ଦ୍ଧନ ଅଗ୍ରୱାଲ ଉପସ୍ଥିତ ଥିଲେ।ମହାବିଦ୍ୟାଳୟ ପରିସର ରେ ଅଧ୍ୟକ୍ଷ ଶ୍ୟାମସୁନ୍ଦର ବେହେରା ଙ୍କ ସହ ମହାବିଦ୍ୟାଳୟ ରୌପ୍ୟ ଜୟନ୍ତୀ ଆୟୋଜନ କମିଟି ର ସଦସ୍ୟ ବିରଦୈତ୍ୟ ସାହୁ, ଡ ମୋହନ ନାୟକ, ହୃଷୀକେଶ ବରିହା,ଉଦ୍ଧବ ପ୍ରଧାନ, ମାନଭଞ୍ଜନ ବେହେରା, ହରିହର ସାହୁ, ଦୁର୍ଗାପ୍ରସାଦ ଅଗ୍ରୱାଲ, ମାନଭଞ୍ଜନ ମିର୍ଦ୍ଧା, ଡ ଲମ୍ବୋଦର ପଣ୍ଡା, ମୋହନ ପ୍ରଧାନ, ରଶ୍ମିରଞ୍ଜନ ମହାନ୍ତି, ଗଗନ ବିହାରୀ ଡ ନସନ, ସାର୍ଥିକ ସାହୁ, ନବୀନ ମେହେର, ଜାଗ୍ୟସେନି ନାୟକଙ୍କ ସହିତ ମହା ବିଦ୍ୟାଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।ଝାରବନ୍ଧ ରୁ ଫକୀର ରଣା ଙ୍କ ରିପୋର୍ଟ୍

Post a Comment

0 Comments
* Please Don't Spam Here. All the Comments are Reviewed by Admin.