Type Here to Get Search Results !

୮୦ ଘଣ୍ଟା ରୁ ଉର୍ଦ୍ଧ ହେବ ହଲଦୀ ୫୯ ନମ୍ବର ରାସ୍ତା ଅବରୋଧ


ବଲାଙ୍ଗିର :-

ଦିନରୁ ଚାଲିଛି ଧାରଣା,ଧାରଣା ସ୍ଥଳକୁ କୌଣସି ଉଚ୍ଚ ପଦାଧିକାରୀ ପହଞ୍ଚି ନ ଥିବା ନେଇ ଚାଷୀ ଅସନ୍ତୋଷ। ancher,ବଲାଙ୍ଗିର, ମୁରିବାହାଲ୍ ୧୯/୦୮/୨୨ ମୁରିବାହାଲ୍ ବ୍ଲକ୍ ଅନ୍ତର୍ଗତ ହଲଦି ଛକ ଠାରେ ପ୍ରଧାନ ମନ୍ତ୍ରୀ ଫସଲ ବୀମା ରାଶି ରୁ ବଞ୍ଚିତ ଥିବା ଚାଷୀ ବୃନ୍ଦ ଙ୍କ ୮୦ଘଣ୍ଟା ରୁ ଉର୍ଦ୍ଧ ହେବ ରାଜ ରାସ୍ତା ଅବରୋଧ ଜାରୀ ରହିଛି। ଫସଲ ବୀମା ରାଶି ପ୍ରଦାନ ରେ ଅହେତୁକ ବିଳମ୍ବ ଯୋଗୁଁ ତଥା ଯୋଗ୍ୟ ତାଲିକାରେ ଥାଇ ମଧ୍ୟ ବୀମା ରାଶି ପାଇ ନ ଥିବାରୁ ହଲ ଦି ଗ୍ରାମ ପଞ୍ଚାୟତ, ଲେବଡ଼ା ଗ୍ରାମ ପଞ୍ଚାୟତ ଓ ବାଙ୍କେଲ୍ ଗ୍ରାମ ପଞ୍ଚାୟତ ର ମିଳିତ ଚାଷୀ ବୃନ୍ଦ ହଲ୍ଡି ସମିତି ସଭ୍ୟ ଟୁନା ମଣି ମହାନନ୍ଦ,କୃଷକ ନେତା ସିଦ୍ଧେଶ୍ୱର ଦାସ, ଦୁଷ୍ମନ୍ତ ବାଗ ଙ୍କ ନେତୃତ୍ୱରେ ଚାଲିଥିବା ଧାରଣା ଆଜି ଚତୁର୍ଥ ଦିନ ରେ ପହଞ୍ଚିଛି।ଏହି କାର୍ଯ୍ୟ କର୍ମ ରେ ଚାଷୀ ହେମ ସାଗର ସାହୁ, ହଲଦି ପୂର୍ବତନ ସରପଂଚ ହୃଷିକେଶ ବାଗ,ସମିତି ସଭ୍ୟ ଦୁଷ୍ମନ୍ତ ବାଗ,ଧନେଶ୍ଵର ମାଝୀ, ପର୍ଥରାମ୍ ଭୋଇ, ଚତୁର ମହାନନ୍ଦ,ତୁଳସୀ ରାମ ଭୋଇ, ଉତ୍ତମ ମହାନନ୍ଦ, ଶଶି ମହାନନ୍ଦ, ଉପେନ୍ଦ୍ର ଦୀପ, ଦିନେଶ କୁମ୍ଭାର,ସୁଦର୍ଶନ ମ।ହ।କୁ ର , ଯଶୋବନ୍ତ ମହାନନ୍ଦ ସମେତ ଶତାଧିକ ଚାଷୀ ଧାରଣାରେ ବସିଛନ୍ତି। ରାତିରେ ଚାଷୀ ମାନେ ରାସ୍ତାରେ ଶୋଇ ରହିଛନ୍ତି।ଧାରଣା ସ୍ଥଳ କୁ ମୁରିବାହାଲ୍ ବ୍ଲକ୍ ଅଧକ୍ଷ, ମୁରିବାହାଲ୍ ତହସିଲଦାର ଯାଇ ବୁଝା ସୁଝା କରିଛନ୍ତି। ମୁରିବାହାଲ୍ ପୋଲିସ ଧାରଣା ସ୍ଥଳ ରେ ଉପସ୍ଥିତ ଥିବା ବେଳେ ଚାଷୀ ରୋକ୍ ଠୋକ୍ କହୁଛନ୍ତି ଯେ ଜିଲ୍ଲାପାଳ କିମ୍ବା ଉପ ଜିଲ୍ଲାପାଳ ଆସି ଲିଖିତ ପ୍ରତିଶ୍ରୁତି ନ ଦେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଚାଷୀ ମାନେ ପ୍ରକାଶ କରିଛନ୍ତି।ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.