ସୁନ୍ଦରଗଡ଼ :-
ପଶ୍ଚିମ ଓଡ଼ିଶା ର ପୁରାତନ ସହର ସୁନ୍ଦରଗଡ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି। ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ପକ୍ଷରୁ ରାଜରାସ୍ତାକୁ ବନ୍ଦ କରାଯିବା ସହ ସମ୍ପୂର୍ଣ ସୁନ୍ଦରଗଡ ସହର କୁ ଆଜି ବନ୍ଦ କରା ଯାଇଛି। ସୁନ୍ଦରଗଡ଼ ରେ AIIMS ପ୍ରତିଷ୍ଠା ଦାବିରେ ଗତ ୪ ଦିନ ଧରି ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ପକ୍ଷରୁ ଧାରଣା ଦିଆଯାଇଥିଲେ ମଧ୍ୟ ଧାରଣା ସ୍ଥଳରେ ସ୍ଥାନୀୟ ପ୍ରଶାସନ ର ଦେଖା ନଥିଲା। ତେବେ ଦିନକୁ ଦିନ AIIMS ଦାବି ସୁନ୍ଦରଗଡ ରେ ବୃଦ୍ଧି ପାଇବାରେ ଲାଗୁଥିବା ବେଳେ ଆଜି ସମ୍ପୂର୍ଣ ସୁନ୍ଦରଗଡ କୁ ୧୨ ଘଣ୍ଟା ବନ୍ଦ କରାଯାଇଛି। ଏହି ବନ୍ଦ ପାଳନ ରେ ସମସ୍ତ ସୁନ୍ଦରଗଡ ଅଧିବାସୀ ସମର୍ଥନ କରୁଥିବା ଦେଖିବାକୁ ମିଳିଛି। ବ୍ୟୁରୋ ରିପୋର୍ଟ

