ରାୟଗଡ଼ା :-
ରାୟଗଡା଼ ଜିଲ୍ଲାପାଳ ସୁଧା ଦେବ ସିଂ ଓ ଜିଲ୍ଲା ଏସ୍ପି ବିବେକାନନ୍ଦ ଶର୍ମା ଅଚା଼ନକ ଉଭୟ ଲାଲ୍ଗଡ଼ର ଦିନେ ଯେଉଁ ଗାଁକୁ କୌଣସି ଅଧିକାରୀ ଯିବାକୁ ସାହସ କରିପାରୁନଥିଲେ ଆଜି ସେଠାରେ ସେମାନେ ଖାଲି ପାଦ ପକାଇନାହାନ୍ତି ବରଂ ଆଦିମ ଜନଜାତି ଡଙ୍ଗରିଆ କନ୍ଧଙ୍କ ହାତ ତିଆରି ମାଣ୍ଡିଆ_ଜାଉ ମଧ୍ୟ ପିଇଛନ୍ତି। ଡଙ୍ଗରିଆଙ୍କ ସହ ମିଶି ମାଣ୍ଡିଆ ଜାଉ ଖାଇଲେ ରାୟଗଡ଼ା ଜିଲ୍ଲାର ଜିଲ୍ଲାପାଳ ସ୍ୱାଧା ଦେବୀ ସିଂ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ବମପାହାଡଘେରା , ନିୟମଗିରି ଅଞ୍ଚଳରେ। ଜିଲ୍ଲାପାଳ ଗାଁ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିବା ସହ ସେମାନଙ୍କ ସାଙ୍ଗରେ ମାଣ୍ଡିଆ ଜାଉ ଖାଇଛନ୍ତି । ନକ୍ସଲଙ୍କ ସହିଦ ସପ୍ତାହ ସମୟରେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମାଙ୍କ ସହ ଗାଁ ର ଲୋକମାନଙ୍କ ସହ ଭେଟ କରିବାକୁ ଯାଇ ସେଠାରେ ବସବାସ କରୁଥିବା ଆଦିମ ଜନଜାତି କନ୍ଧମାନଙ୍କ ଜୀବନଯାପନ ଶୈଳୀ ସମ୍ପର୍କରେ ବୁଝିଛନ୍ତି।ମୋ ପାଇଁ ଜିଲ୍ଲାର ସବୁ ଗାଁ ଗୁରୁତ୍ୱପୂର୍ଣ୍ଣବୋଲି ଜିଲ୍ଲାପାଳ ସୁଧା ଦେବୀ ସିଂ ନିଜ ପ୍ରତିକ୍ରିୟାରେ କହିଛନ୍ତି। ବ୍ୟୁୁୁରୋ ରିପୋର୍ଟ୍


Salute 🙏🙏🙏🙏🙏🙏🙏
ReplyDelete