Type Here to Get Search Results !

ନୂଆଁଖାଇ କୁ ନେଇ ବାବା ବଳିଆ ଙ୍କ ଆପତ୍ତିଜନକ ବାର୍ତ୍ତା

 


ସମ୍ବଲପୁର :-

ପଶ୍ଚିମ ଓଡ଼ିଶାର କୋଣ ଅନୁକୋଣରେ ନୂଆଁଖାଇ ଏକ ପ୍ରମୁଖ ପର୍ବ। ଏହା ପଶ୍ଚିମ ଓଡ଼ିଶାର ପ୍ରତି ପୁରପଲ୍ଲୀ ତଥା ଦେଶ ବିଦେଶରେ ମଧ୍ୟ ପାଳନ ହୋଇଥାଏ। ଏହି ଗଣପର୍ବ ପାଇଁ ଯେଉଁଠି ଖୋଦ୍ ଦେଶର ପ୍ରଧାନମନ୍ତ୍ରୀ ଓ ରାଜ୍ୟର ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶାବାସୀ ଙ୍କୁ ଶୁଭେଚ୍ଛା ଦେଇଥାନ୍ତି, ସେଠି ଆତ୍ମଘୋଷିତ ବାବା ବଳିଆ ଙ୍କ ଆପତ୍ତିଜନକ ମନ୍ତବ୍ୟ ଆଜି ସମଗ୍ର ପଶ୍ଚିମ ଓଡ଼ିଶାରେ ବିରୋଧର ସ୍ବର ଉଠାଇଛି। 

ଏକ ନ୍ୟୁଜ ଚ୍ୟାନେଲ ପକ୍ଷରୁ ତାଙ୍କ ସହ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଶୁଭେଚ୍ଛା ବାର୍ତ୍ତା ଆଣିବାକୁ ଯାଇଥିବା ବେଳେ ବାବା ବଳିଆ ଅଟହାସ କରିବା ସହ ନୂଆଁଖାଇ ପର୍ବକୁ ତାତ୍ସଲ୍ୟ କରିଥିବା ଦେଖିବାକୁ ମିଳିଥିଲା। ଏହି ପର୍ବ କୁ ସେ ଅପସଂସ୍କୃତି କହିବା ସହ ଏହାକୁ ନିଜ କଥାରେ ଅନେକ ନିନ୍ଦା କରି ଏହି ପର୍ବ କୁ ବନ୍ଦ କରିବା ପାଇଁ ସେ ତାଙ୍କ ବାର୍ତ୍ତା ରେ କହିଥିବା ବେଳେ ଏହାକୁ ନେଇ ପଶ୍ଚିମ ଓଡ଼ିଶାର ବିଭିନ୍ନ ସଂଗଠନ ତଥା ବିଭିନ୍ନ ପ୍ରାନ୍ତରେ ବାବା ବଳିଆ ଙ୍କୁ ବିରୋଧ କରାଯାଇଛି। କୌଣସି ଗଣପର୍ବ କୁ ତାତ୍ସଲ୍ୟ କରିବା ଅଧିକାର ବାବା ବଳିଆ ଙ୍କୁ କିଏ ଦେଇଛି ବୋଲି ପ୍ରଶ୍ନ ଉଠୁଛି ବିଭିନ୍ନ ମହଲରୁ। ଏହାସହ ପୂର୍ବ ଓ ପଶ୍ଚିମ ଓଡ଼ିଶା ମଧ୍ୟରେ ବିଭେଦ ସୃଷ୍ଟି କରୁଥିବା ମନ୍ତବ୍ୟ ଦେଇଥିବା ବାବା ଙ୍କୁ ପଶ୍ଚିମ ଓଡ଼ିଶାରେ ପ୍ରବେଶ ନିଷେଧ କରିବା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି ହୋଇଛି। ଗଣପର୍ବ କୁ ନେଇ ବିଭ୍ରାନ୍ତିକର ମନ୍ତବ୍ୟ ପାଇଁ ବାବା ବଳିଆ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ମଧ୍ୟ କୁହାଯାଇଛି। ବ୍ୟୁରୋ ରିପୋର୍ଟ 

Post a Comment

2 Comments
* Please Don't Spam Here. All the Comments are Reviewed by Admin.
  1. 😡😡😡😡😡 Etake Padmashree kie dela e hetki bad sammanra adhikari nuhe.padmashree neija etarnu

    ReplyDelete