Type Here to Get Search Results !

ଟି.ଏନ.ଟି ସ୍କିଲ୍ ସେଣ୍ଟର ଶିକ୍ଷାନୁଷ୍ଠାନରେ ଗଣେଶ ପୁଜା

 


ବ୍ରହ୍ମପୁର :-

ବ୍ରହ୍ମପୁର ଟି.ଏନ.ଟି ସ୍କିଲ୍ ସେଣ୍ଟର ଶିକ୍ଷାନୁଷ୍ଠାନରେ ଏକ ପୂଜାକାଳୀନ ସମାବେଶ ଆୟୋଜିତ ହୋଇଥିଲା। ଏହି ପୂଜାରେ ବିଦ୍ୟାବୃଦ୍ଧିର ଅଧିଷ୍ଠାତା ଶ୍ରୀ ଗଣେଶ ଭଗବାନଙ୍କୁ ପୂଜା କରାଯାଉଥିଲା। ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀ ଗଣ ବହୁ ଆଡ଼ମ୍ବରରେ ଏହି ବିଦ୍ୟା ଓ ବୃଦ୍ଧିର ଦାତାଙ୍କର ପୂଜା ଆରାଧନା କରିଥିଲେ। କଳା ଶ୍ରେଣୀର ଛାତ୍ରଛାତ୍ରୀମାନେ ପୂଜା ଅନୁଷ୍ଠାନର ସଫେଇ କାର୍ଯ୍ୟ ସମ୍ପାଦନ କରିଥିଲେ। ଅନୁଷ୍ଠାନର ସାଜସଜ୍ଜା ଦାୟିତ୍ଵ B.com ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନେ ନେଇଥିଲେ। ବ୍ରହ୍ମପୁରର ପ୍ରସିଦ୍ଧ ମୂର୍ତ୍ତିକାର ସଞ୍ଜୟ ବିଦ୍ୟା ଓ ବୃଦ୍ଧିର ଦାତାଙ୍କର ଅତି ସୁନ୍ଦରତାର ମୂର୍ତ୍ତିଟିଏ ଗଠନ କରିଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀ ଅଜୟ କୁମାର ଦ୍ୱିବେଦୀ ଓ  ତୁଳସା ଦ୍ବିବେଦୀ ଙ୍କ ଅନ୍ୟ  ଶିକ୍ଷକ କାମେଶର  ଆଶିଷ  , ଲମ୍ବୋଦର , କୁନାଲ  , ଶକ୍ତି  , ସୌରଭ , ସୁଶାନ୍ତ ,ଶିକ୍ଷୟିତ୍ରୀ ଶିବାନୀ ଇତ୍ୟାଦି ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ଛାତ୍ରଛାତ୍ରୀମାନଙ୍କୁ ଏହି ପୂଜାରେ ସହଯୋଗ କରିଥିଲେ। ଅନୁଷ୍ଠାନର ପୂଜାକାର୍ଯ୍ୟ ପୂଜାରୀ ପ୍ରବୀଣ ହୋତା ସମାପନ କରିଥିଲେ। ମନୁ ପୂଜା ରେ ଭୋଗ ତିଆରି କରିଥିଲେ। ପୂଜା ରେ ପିଲାମାନେ ଡାଲି , ଚାଉଳ ଇତ୍ୟାଦି ପନିପରିବା ସବୁ ଆଣିଥିଲେ ସେଗୁଡିକୁ ପୂଜା ଶେଷରେ ବୃଦ୍ଧାଶ୍ରମକୁ ଦିଆଯାଇଥିଲା।ଭଗବାନ ପାର୍ବତୀ ନନ୍ଦନଙ୍କର ବାସଥିବା ଏହି ଅନୁଷ୍ଠାନଟିର ପରିବେଶ ପୂଜାର ଝୁଣା , ଧୂପ , ଦୀପ , ଗନ୍ଧଚନ୍ଦନରେ ମହକି ଉଠିଥିଲା। ବ୍ୟୁରୋ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.