Type Here to Get Search Results !

ତାଳଚେର କେନ୍ଦ୍ରୀୟ ଗଣେଶ ପୁଜା କମିଟ ର ତୃତୀୟ ପ୍ରସ୍ତୁତି ବୈଠକ

 


ତାଳଚେର :- 

ତାଳଚେର କେନ୍ଦ୍ରୀୟ ଗଣେଶ ପୂଜା କମିଟିର ତୃତୀୟ ପ୍ରସ୍ତୁତି ବୈଠକ ଦେଉଳବେଡ଼ା କୋଲିୟରୀ ସ୍ଥିତ ଦି ହେରିଟେଜ କ୍ଲବ୍ ଠାରେ ଅନୁଷ୍ଠିତ ହୋଇଯାଇ ଅଛି । ଦୀର୍ଘ ଦୁଇବର୍ଷ ପରେ ପ୍ରଭୁ ଗଜାନନଙ୍କ ଗଣପର୍ବ କରିବାକୁ ଜୋରଦାର ଆଣ୍ଟା ଭିଡ଼ିଛି ତାଳଚେର କେନ୍ଦ୍ରୀୟ ଗଣେଶ ପୂଜା କମିଟି ! ଚଳିତବର୍ଷ ମାତ୍ରାଧିକ ଶ୍ରଦ୍ଧାଳୁଙ୍କ ଆଗମନର ଆଶା ରଖି ଶାନ୍ତିଶୃଙ୍ଖଳାର ସହ ତାଳଚେରର ଗଣ ପର୍ବ ପ୍ରଭୁ ଗଜାନନଙ୍କ ଯାତ୍ରା ପାଇଁ ସବୁ ପୂଜାମଣ୍ଡପର ସଦସ୍ୟ ମାନଙ୍କୁ ନେଇ ଘନ ଘନ ବୈଠକ ଜାରି ରଖିଛନ୍ତି କେନ୍ଦ୍ରୀୟ ପୂଜାକମିଟି । ଏହି ପରିପ୍ରେକ୍ଷୀରେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ଏହି ବୈଠକରେ ଢେଙ୍କାନାଳ ସାଂସଦ ମହେଶ ସାହୁ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଉପଜିଲ୍ଲାପାଳ ବିଶ୍ଵ ମୋହନ ରଥ, ଅନୁଗୋଳର ଏ ଡି ଏମ୍ ସନ୍ତୋଷ କୁମାର ପ୍ରଧାନ,ଲିଙ୍ଗରାଜ କୋଇଲା କ୍ଷେତ୍ରର ମହାପ୍ରବନ୍ଧକ ଅଜୟ କୁମାର ଦେହୁରୀ,ତାଳଚେର ଏସ ଡିପି ପି ଓ ଏସ ସ୍ଵାତୀ କୁମାର ,ଡ଼ଃ . ରଶ୍ମିରଞ୍ଜନ ମିଶ୍ର, ନିରୋଜ ଦାସ ,ସଦର ଓ କୋଲିୟରୀ ଥାନା ଅଧିକାରୀ ,ତାଳଚେର ଗୋଷ୍ଠୀଉର୍ଣ୍ଣୟନ ଅଧିକାରୀ ,ତାଳଚେର ପୋୖରଅଧିକାରିଣୀ ,ସଭାପତି କେଶବ ଭୁତିଆ ଓ ସମସ୍ତ ପୂଜା କମିଟି ର ସଦସ୍ୟ ଉପସ୍ଥିତ ରହି ତାଳଚେର ଗଣେଶ ପୂଜା କେମିତି ଶାନ୍ତି ଶୃଙ୍ଖଳା ରେ ସମାପନ ହେବ ଆଲୋଚନା କରିଥିଲେ ।  

ତାଳଚେର ରୁ ପ୍ରଦିପ କୁମାର ମହାରଣା ଙ୍କ ରିପୋର୍ଟ 

Post a Comment

0 Comments
* Please Don't Spam Here. All the Comments are Reviewed by Admin.