ଉମରକୋଟ :-
ଶିଶୁ ଶ୍ରମିକ ସାଜିଲେ ସ୍କୁଲପିଲା। ପାଠ ପଢିବା ସମୟରେ ହାତରେ କୋଦାଳ ଧରି ମୋରମ ବୋହିଲେ। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କାଚରା ପାରା ୩ ନମ୍ବର ପଂଚାୟତ ର ଉଡଣ୍ଡି ଗ୍ରାମ ର ପ୍ରାଥମିକ ବିଦ୍ୟାଳୟ ର ଦୃଶ୍ୟ। ପ୍ରଧାନଶିକ୍ଷକ ସୁବୋଧ ବ୍ୟାପାରୀ ନିଜେ ଏହି କାମ କରାଉଥିଲେ। ଏହି ବିଷୟରେ ରାଇଘର ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ପଚାରିବାରୁ ମୁ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି ବୋଲି କହିଥିଲେ । ଉମରକୋଟ ରୁ ରାଜୁ ସରକାର ଙ୍କ ରିପୋର୍ଟ

