Type Here to Get Search Results !

ବୁର୍ଜା ପଞ୍ଚାୟତ ର ଅଭାବନୀୟ ତଥା ବୀଭତ୍ସ ଘଟଣା ର ସ୍ଥିତି ଅନୁଧ୍ୟାନ କଲେ ଗ୍ରାଉଣ୍ଡ ଜିରୋରୁ ସମାଜ ସେବି ଶ୍ରୀ କାଜମ ମଦାନୀ

 


ଉମରକୋଟ :- 

ଉମରକୋଟ ବ୍ଲକ୍ ଅନ୍ତର୍ଗତ ବୁର୍ଜା ପଞ୍ଚାୟତ ର ତିନି ଟା ଗ୍ରାମ ଯଥା- କୋକ୍ସାଭଟା,ନାକ୍ଟୀପଖନା ଏବଂ ସାରିଆଭଟା ରେ ସ୍ଥାନୀୟ ସିର୍ଲିଗୁଡା ଏବଂ କୁସୁମ ଗୁଡ଼ା ର ଗଣ୍ଡ ତଥା ଭତ୍ରା ସମାଜ ର ଲୋକମାନେ ଯାଇ ପାଖାପାଖି ୩୦୦ ଏକର ଜମି ର ମକା ଫସଲ କୁ ଠେଙ୍ଗା ବାଡି ତଥା ଖଣ୍ଡାରେ ମାରି ଧୁଳିସାତ୍ କରିଦେଇଥିଲେ ।କୋକ୍ସାଭଟା ଗ୍ରାମର ସାନ୍ତା ପରିବାର ର ସମସ୍ତ ଘର ତଥା ଖାଦ୍ୟ ସାମଗ୍ରୀ ଯଥା ଧାନ, ମାଣ୍ଡିଆ,ବିରି ଇତ୍ୟାଦି ରେ ଦୁର୍ବୃତ୍ତ ମାନେ ନିଆଁ ଲଗାଇ ଦେଇଥିଲେ।ଫଳରେ ଗାଁ କୁ ଗାଁ ଭସ୍ମୀଭୂତ ହୋଇଯାଇଥିଲା । ମକା ଜମି ତଥା ଗାଁ ରେ ସ୍ତ୍ରୀଲୋକ ମାନଙ୍କ ତଥା ଛୁଆମାନଙ୍କର କାନ୍ଦବୋବାଳି ରେ ପରିବେଶ ଫାଟି ପଡିଥିଲା । ରାସ୍ତାରେ ଗଣ୍ଡ ସମାଜ ର ଲୋକମାନେ ଗଛକାଟି ରାସ୍ତା ଅବରୋଧ କରିଥିଲେ।ଫଳରେ ସେଠାକୁ ପ୍ରଶାସନ, ପୋଲିସ ତଥା ଗଣମାଧ୍ୟମ ପ୍ରତିନିଧି ପହଞ୍ଚି ପାରିନଥିଲେ। ଉକ୍ତ ଘଟଣାକୁ ମିଶାଇ ଉମରକୋଟ ବ୍ଲକ୍ ରେ ପାଖାପାଖି ତିନି ଟା ସ୍ଥାନରେ ଏଭଳି ଘଟଣା ମାନ ଘଟିଲାଣି ।ତଥାପି ପ୍ରଶାସନ ଦେଖି ଜାଣି ନୀରବ ରହିଯାଉଛି। ଜଙ୍ଗଲ ବିଭାଗ ମଧ୍ୟ ଜାଣିଶୁଣି ନୀରବ ରହୁଥିବାର ଜଣାପଡ଼ୁଛି । କାରଣ ସଂରକ୍ଷିତ ଜଙ୍ଗଲରେ ମଧ୍ୟ ସାନ୍ତା ପରିବାର ଜବରଦଖଲ କରି କିଛି ମକା ଚାଷ କରିଥିବାର ଦେଖିବାକୁ ମିଳିଛି । ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ ହୋଇ କ୍ଷେତ୍ରରେ ଶାନ୍ତି ପ୍ରତିଷ୍ଠା କିପରି ଭାବେ ହୋଇପାରିବ ଏବଂ ପ୍ରଶାସନିକ ଅଧିକାରୀଙ୍କ ସହ ବୁଝା ସୁଝା କରି ନଷ୍ଟ ହୋଇଥିବା ଫସଲର କ୍ଷତି ପୂରଣ କିପରି ମିଳିବ ଏ ନେଇ ଶ୍ରୀ ମଦାନୀ ଗ୍ରାମ ବାସୀଙ୍କ ସହ ଆଲୋଚନା କରିଛନ୍ତି | ଉମରକୋଟରୁ ରାଜୁ ସରକାର ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.