Type Here to Get Search Results !

ଆଦିବାସୀଙ୍କ ଥିର ପଖାଳ ଅସାଧୁ ବ୍ୟବସାୟୀ ମାଲାମାଲ । ମହିଳା ଗୋଁଣ୍ଡୱନା ମହାସଭା ଆଦିବାସୀ ଉତ୍ପାଦ ହଳଦୀ ବ୍ୟବସାୟ କରିବ

 

ଝାରସୁଗୁଡା :-

 ଅଖିଳ ଭାରତୀୟ ଗୋଁଣ୍ଡୱନା ରାଜ୍ୟ ମହିଳା ଗୋଁଣ୍ଡ ମହାସଭାର ସ୍ୱତନ୍ତ୍ର ଅଧିବେଶନ ସଭାନେତ୍ରୀ ସୁକାନ୍ତୀବାଲା ନାୟକଙ୍କ ଅଧ୍ୟକ୍ଷତାରେ ଜୁମ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା। ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ହଳଦୀ ବିଶ୍ୱର ଏକ ବ୍ରାଣ୍ଡ ଯାହା ଆଦିବାସୀ ମାନଙ୍କର ପ୍ରମୁଖ ଉତ୍ପାଦ ଅଟେ। କିନ୍ତୁ ସେ ଅଞ୍ଚଳର ଆଦିବାସୀ ମାନେ ଥିର ପଖାଳ ଖାଇ ବଞ୍ଚୁଥିବାବେଳେ ଅସାଧୁ ପୁଞ୍ଜିପତି ବ୍ୟବସାୟୀ ମାନେ ଆଦିବାସୀ ଉତ୍ପାଦରୁ ଅର୍ବୋ ଖର୍ବୋ ଟଙ୍କା ଲାଭ ପାଉଛନ୍ତି। ଗତ କିଛି ଦିନ ତଲେ ସୁନ୍ଦରଗଡ ଜିଲ୍ଲାର ଏକ ITDA ଅଫିସରଙ୍କ ଠାରୁ ଭିଜିଲାନ୍ସ ବିଭାଗ ଦ୍ୱାରା ଧରାପଡିଥିବା ପ୍ରାୟ ୨୦ ଲକ୍ଷ ଟଙ୍କା ଆଦିବାସୀ ଉତ୍ପାଦର କଲା ବଜାରିର ଏକ ଉଦାହରଣ। ଏହିପରି ଭାବରେ ଠକ ବ୍ୟବସାୟୀ ଓ ଅଫିସର ମିଶି ଆଦିବାସୀ ମାନଙ୍କର ଉତ୍ପାଦକୁ ହରିଲୁଟ କରୁଛନ୍ତି ଯେଉଁଥିପାଇଁ ନିର୍ଧାରିତ ମୂଲ୍ୟ ଆଦିବାସୀମାନଙ୍କୁ ମିଳୁନାହିଁ। ଏହି ବିଷୟରେ ସରକାର କଡ଼ାକଡ଼ି ଆଇନ କରିବା ଆବଶ୍ୟକ ଅଛି। ଗୋଁଣ୍ଡୱନା ମହାସଭାର ମହିଳା ସଂଗଠନ ନିଷ୍ପତ୍ତି ନେଇଛି ଯେ ପ୍ରଥମେ କନ୍ଧମାଳ ହଳଦୀକୁ ବିଶ୍ୱର ଏକ ବ୍ରାଣ୍ଡ ଭାବରେ ଘୋଷଣା କରିବ ଓ ରାଜ୍ୟ ତଥା ରାଜ୍ୟ ବାହାରେ ବାସ କରୁଥିବା ପ୍ରାୟ ୨.୫ କୋଟି ଗୋଁଣ୍ଡ ଭାଇ ଭଉଣୀଙ୍କୁ ସୁଲଭ ମୂଲ୍ୟରେ ହଳଦୀ ଯୋଗାଇବ। ତାପରେ ପରେ ଏହାକୁ ସର୍ବସାଧାରଣରେ ବିତରଣ ପାଇଁ ସୁବନ୍ଦୋବସ୍ତ କରିବ। ପରିବାରର ଆର୍ଥିକ ପରିଚାଳନା ଦିଗରେ ମହିଳା ମାନଙ୍କର ମୂଖ୍ୟ ଭୂମିକା ରହିଛି। ମହିଳାମାନେ ମୂଖ୍ୟତଃ ପିଲାମାନଙ୍କର ଲାଳନ ପାଳନ ଦାୟିତ୍ଵ ବହନ କରିଥାନ୍ତି। ପିଲାମାନଙ୍କ ଶିକ୍ଷା ତଥା ତାଙ୍କର ଉତ୍ତରୋତ୍ତର ଉନ୍ନତି, ଖେଳକୁଦ ସମୟକୁ ସେମାନେ ଦେଖାରେଖା କରିଥାନ୍ତି। ପିଲାମାନେ ମଧ୍ୟ ବାପାଙ୍କ ଅପେକ୍ଷା ତାଙ୍କର ଆବଶ୍ୟକତା ଦରକାରୀ ଜିନିଷ ଯୋଗାଇ ଦେବା ପାଇଁ ପ୍ରଥମେ ମା'ଙ୍କ ପାଖରେ ଅଲି କରିଥାନ୍ତି, ଏହା ସମସ୍ତେ ଜାଣନ୍ତି। କନ୍ଧମାଳ ହଳଦୀ ବ୍ୟତିତ ଆଦିବାସୀ ଘରୋଇ ଉତ୍ପାଦକୁ କୁଟୀର ଶିଲ୍ପ ଭାବରେ ଆପଣେଇ ରାଜ୍ୟ ତଥା ଦେଶରେ ରହୁଥିବା ଗୋଁଣ୍ଡ ପରିବାରଙ୍କ ମଧ୍ୟରେ ବିତରଣ କରିବ। ବଜାରରୁ ମିଳୁଥିବା ହଳଦୀର ଗୁଣବତ୍ତାଠାରୁ ଏହାର ଗୁଣବତ୍ତା ୧୦୦ ଗୁଣରେ ଉତ୍ତମ ରହିବ। ଏଥିରୁ ଆମଦାନି ହେଉଥିବା ଅର୍ଥ ପିଲାଙ୍କ ପାଠପଢା ଖର୍ଚ୍ଚରେ ଲଗାହେବ ବୋଲି ସଭାନେତ୍ରୀ ଶ୍ରୀମତୀ ନାୟକ କହିଛନ୍ତି। ଧିରେ ଧିରେ ସମସ୍ତ ନିତିଦିନିଆ ବ୍ୟବହାର୍ଯ୍ୟ ଆଦିବାସୀ ଉତ୍ପାଦକୁ ସମାଜର ପ୍ରତି ଘରେ ଘରେ ଯୋଗାଇ ଦେବ। ଏହା ବ୍ୟତିତ ଆଗାମୀ ବନ ମହୋତ୍ସବ ଅବସରରେ ମହାସଭା ଘୋଷଣା କରିଥିବା ୨୦ ଲକ୍ଷ ବୃକ୍ଷ ରୋପଣରେ ସହଯୋଗ କରିବେ ଆଦି ମୂଖ୍ୟ ପ୍ରସ୍ତାବ ଗୁଡିକ ପାରିତ ହୋଇଥିଲା। ଏହି ମହିଳା ଅଧିବେଶନରେ ରାଜ୍ୟ ସଭାପତି ମହେନ୍ଦ୍ର ନାଏକ, ମହାସଚିବ ପ୍ୟରୀମୋହନ ନାଏକ, ମୀନକେତନ ମାଝୀ, ଉପ ସଭାନେତ୍ରୀ ଦମୟନ୍ତୀ ମହାପାତ୍ର, ଜିଲ୍ଲା ସଭାନେତ୍ରୀ ବଲାଙ୍ଗୀର ପଙ୍କଜିନୀ ଭୋଇ, ସୋନପୁର ଗୌରୀ କୁମୁରା, ଦେବଗଡ଼ କୁମାରୀ ଭୋଇ, ସମ୍ବଲପୁର ବିନାପାଣୀ ନାୟକ, ଅନୁଗୁଳ ସୁଜାତା ନାୟକ, କନ୍ଧମାଳ ବବିତା ମାଝୀ, କଲାହାଣ୍ଡି ଲତିକା ପାତ୍ର, ରେଢାଖୋଲ ରନଯୁକ୍ତା ମାଝୀ, ଜିଲ୍ଲା ଉପ ସଭାନେତ୍ରୀ ସୁନ୍ଦରଗଡ ରୀନା ମାଝୀ, କେନ୍ଦୁଝର ଯଶୋଦା ମାନସିଂହ, ବରଗଡ ଅହଲ୍ୟା ଭୋଇ, ସଭ୍ୟା ପ୍ରମୋଦରାଣୀ ସିଂହ, ଅମ୍ବିକା ମାରକମ, ଗିତାଞୀଲୀ ଧୁରୁଆ, ଗାୟତ୍ରୀ ଭୋଇ, କୌସଲ୍ୟା ମାଝୀ, ସନ୍ଧ୍ୟାରାଣୀ ସିଂହ, ସୁଜାତା ମାଢୀ, ସବିତା ମାଝୀ, ସନ୍ଧ୍ୟା ଧୁରୁଆ, ସିଲା ନାଏକ, ସବିତା କୁମୁରା, ନିରୁପମା ସିଂହ, ସୁଜାତା ମାଝୀ, ପିପଲା ନାୟକ, ରଜସ୍ଥଳ ଭୋଇ, ଜୁଲିମା ଦଲବେହେରା ପ୍ରମୁଖ ଉପସ୍ଥିତ ଥିଲେ। 

ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡଙ୍ଗା ଙ୍କ ରିପୋର୍ଟ

Post a Comment

1 Comments
* Please Don't Spam Here. All the Comments are Reviewed by Admin.