Type Here to Get Search Results !

ପବିତ୍ର ମୋହନ ପ୍ରଧାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ

 


ତାଳଚେର :-

ପ୍ରଜାମଣ୍ଡଳ ଆନ୍ଦୋଳନର ମୁଖ୍ୟ ପୁରୋଧା ତଥା ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ଏକାଧାରରେ କବି,ଶିକ୍ଷାବିତ ଓ ପୂର୍ବତନ ଉପ ମୂଖ୍ୟମନ୍ତ୍ରୀ ତଥା ଆମ ତାଳଚେରର ଗର୍ବ ଗୌରବ ସ୍ବର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ତିରୋଧାନ ଦିବସରେ ତାଳଚେର ବାଇପାସ୍ ସ୍ଥିତ ପବିତ୍ର ମୋହନ ଛକ ଠାରେ ମହା ଆଡ଼ମ୍ବରରେ ପାଳିତ । ଏହି ଅବସରରେ ପବିତ୍ର ମୋହନ ପ୍ରଧାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କଲେ ମାନ୍ୟବର ବିଧାୟକ ତାଳଚେର ଶ୍ରୀ ବ୍ରଜ କିଶୋର ପ୍ରଧାନ ଓ ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ । ଏହି କାର୍ଯ୍ୟକ୍ରମରେ ତାଳଚେର ବିଜେଡିର ବରିଷ୍ଠ ନେତା ବାନାମ୍ବର ଭୂତିଆ, ତାଳଚେର ମେଡିଆର ଉପସଭାପତି ପ୍ରଦୀପ କୁମାର ମହାରଣା , ସିଟିଯେନ୍ ଫୋରମ୍ର ଅଧ୍ୟକ୍ଷ ଜିତେନ୍ଦ୍ର ମହାପାତ୍ର , ରାଣୀପାର୍କ ଉନ୍ନୟନ ପରିଷଦ ର ସଭାପତି ବାଉରୀ ବନ୍ଧୁ ବେଜ୍ , ସୀତିକାନ୍ତ ବାରିକ୍ ,ବରିଷ୍ଠ ସାମ୍ବାଦିକ ଭାଗ୍ୟରଥି ମହାପାତ୍ର ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ତାଳଚେର ରୁ ପ୍ରଦୀପ କୁମାର ମହାରଣା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.