ଝାରସୁଗୁଡ଼ା :-
ଗତକାଲି ୧୨ ଜୁନ ଦିନ ଦୁଇଟା ସମୟରେ ଝାରସୁଗୁଡ଼ା ଜିଲ୍ଲା ବଡ଼ମାଳ ଥାନା ଅନ୍ତର୍ଗତ ବୃନ୍ଦାମାଲ ଗଣ୍ଡ ପଡ଼ା ଠାରେ ପୁଅ ର ଟାଙ୍ଗିଆ ଚୋଟ ର ବାପର ମୃତ୍ୟୁ ଘଟିଛି । ପିତୃ ହନ୍ତା ସାଜିଲା ନୃଶଂସ ପୁଅ। ଜନ୍ମ କଲା ମା ଦେଲା ଥାନାରେ ଏତଲା। ମା ର ସିନ୍ଦୂର ପୋଛିଦେଲା ନୃଶଂସ ପୁଅ।
ଏଭଳି ଏକ ଘଟଣା ଘଟିଛି ବୃନ୍ଦାମାଲ୍ ଗଣ୍ଡ ପଡ଼ା ଠାରେ। ସୂଚନା ଅନୁସାରେ ବୃନ୍ଦାମାଲ୍ ଗଣ୍ଡ ପଡ଼ା ନିବାସୀ ମୃତ ସୁର ମାରେଇ ଓ ତାଙ୍କ ପୁଅ ବୈକୁଣ୍ଠ ମରେଇ ଙ୍କ ମଧ୍ୟରେ କୌଣସି ଏକ କାରଣରୁ ଝଗଡ଼ା ହୋଇଥିଲା। ପରେ ଏହି କଳହ ଉଗ୍ର ରୂପ ଧାରଣ କରିଥିଲା। କ୍ରୋଧ ରେ ଜର୍ଜରିତ ପୁଅ ବୈକୁଣ୍ଠ ହଠାତ୍ ନିଜ ବାପା ଉପରକୁ ଟାଙ୍ଗିଆରେ ଆକ୍ରମଣ କରିଥିଲା। ବାରମ୍ବାର ମୁଣ୍ଡରେ ଆକ୍ରମଣ ଫଳରେ ସୁର ଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା ଓ ସେ ନିସ୍ତେଜ ହୋଇ ଯାଇଥିଲେ। ତାଙ୍କୁ ଆମ୍ବୁଲାନ୍ସ ମାଧ୍ୟମରେ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟ ନିଆ ଯାଇଥିଲା । ତେବେ ସେଠାରେ ସୁର ଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।
ଏନେଇ ମୃତ ସୁରଙ୍କ ସ୍ତ୍ରୀ ନିଜ ଏକମାତ୍ର ପୁଅ ବୈକୁଣ୍ଠ ବିରୋଧରେ ବଡ଼ମାଳ ଥାନା ରେ ଅଭିଯୋଗ ଦାଖଲ କରିଥିଲେ । ପୋଲିସ ପକ୍ଷରୁ ବୈକୁଣ୍ଠ କୁ ଗିରଫ କରା ଯାଇଛି। ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡଙ୍ଗା ଙ୍କ ରିପୋର୍ଟ