Type Here to Get Search Results !

ଆରମ୍ଭ ହେଲା ନୂତନ ସଂଗଠନ " ହମ୍"

 


ଝାରସୁଗୁଡ଼ା :-

COVID 19 ସମୟରେ ସରକାରୀ ସ୍ଥରରେ ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସରକାରୀ ସ୍ଥରରେ ଅନେକ ପ୍ରକାର ଯୋଜନା ମାନ ଥିଲେ ସୁଦ୍ଧା ଲୋକେ ସଠିକ୍ ରୂପେ ସମସ୍ତ ସୁବିଧା ପାଇ ପାରୁ ନାହାଁନ୍ତି। ତେବେ ଏବେ ଏ ସୁବିଧା ଯୋଗାଇବା ପାଇଁ ଗଢି ଉଠିଛି ଏକ ଅନୁଷ୍ଠାନ "ହମ୍"। ବିଶେଷକରି ଏହି ମହାମାରୀ ସମୟରେ ଲୋକଙ୍କୁ ଅକ୍ସିଯେନ, ମେଡିକାଲ ସୁବିଧା, ରିଲିଫ ଖାଦ୍ୟ ବଣ୍ଟନ, ଆମ୍ବୁଲାନ୍ସ ସେବା, ଅଣ କୋଭିଡ ରୋଗୀଙ୍କୁ ଅଶୁ ଚିକିତ୍ସା ଆଦି କାର୍ଯ୍ୟ ରେ ରହିବ ଏହି ସଂଗଠନ ତତ୍ପର। 

ଗତକାଲି ସନ୍ଧ୍ୟାରେ ଝାରସୁଗୁଡ଼ା ଗୋଶାଳା ଠାରେ ଏହି ସଂଗଠନ ର ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ତାପସ ରାୟ ଚୌଧୁରୀ, ସନ୍ଦୀପ ଅବସ୍ଥି, ଅରବିନ୍ଦ ବାରିକ, ଜୟ ପ୍ରକାଶ କୁଅଁର, ପି ରାମମୋହନ ରାଓ, ମେହେବୁବ୍ ମହତାବ, ଶଶି ତିୱାରୀ, ନବୀନ ମିଶ୍ର ଆଦି ଅଂଶ ଗ୍ରହଣ କରିଥିଲେ। ଆସନ୍ତା ୧୬ ତାରିଖରେ ଏହି ଅନୁଷ୍ଠାନ ଦ୍ଵାରା ବସ୍ ଷ୍ଟାଣ୍ଡ ଠାରେ ଏକ ନୂତନ ଆମ୍ବୁଲାନ୍ସ  ଯୋଗାଇ ଦେବା ସହ ମାଗଣା ସ୍ଵାବ ଟେଷ୍ଟ କାର୍ଯ୍ୟକ୍ରମ ପାଇଁ ନିଷ୍ପତ୍ତି ନିଆ ଯାଇଛି। ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡଙ୍ଗା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.