Type Here to Get Search Results !

ହାଇସ୍କୁଲର ପୁରାତନ ଛାତ୍ରମାନଙ୍କ ତରଫରୁ ମାସ୍କ ବିତରଣ


ଧାମନଗର :- 

ଆଜି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଧାମନଗର ବିଜ୍ଞାପିତ ଅଞ୍ଚଳରେ ଧାମନଗର ସରକାରୀ ଉଚ୍ଚ ବିଦ୍ୟାଳୟ ର ପାଠ ପଡୁଥିବା ୧୯୯୭ ମସିହା ର ଛାତ୍ରମାନଙ୍କ ତରଫରୁ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ସାଧାରଣ ଜନତାଙ୍କ ସମେତ କେତେକ ପ୍ରସାଶନିକ କର୍ମଚାରୀ ମାନଙ୍କୁ ମାସ୍କ ପରିଧାନ କରିବା ସହିତ ମାରାତ୍ମକ କରୋନା ମହାମାରୀ ର ନିତି ନିୟମ ବିଷୟରେ ବିସ୍ତୃତ ବ୍ୟାଖ୍ୟା କରିଥିଲେ ଏବଂ ବାରମ୍ବାର ପ୍ରସାଶନ ତରଫରୁ ସଚେତନତା କରାଇଥିଲେ ମଧ୍ୟ କିଛି ମାତ୍ରାରେ ସାଧାରଣ ଜନତା ସେଥିରୁ ବାଦ ପଡ଼ିଥିବା ଦେଖାଯାଉଛି। ତେଣୁ ଆଜି ଧାମନଗର ସରକାରୀ ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ରମାନଙ୍କ ପକ୍ଷରୁ ଏପରି ଜନହିତକାର୍ଯ୍ୟରେ ନିଜକୁ ସମର୍ପିବା ପାଇଁ ଦୃଢ ମନୋବଳ ନେଇ ଏପରି କାର୍ଯ୍ୟ କରିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଉକ୍ତ ଜନସଚେତନତା କାର୍ଯ୍ୟକ୍ରମ ରେ ଧାମନଗର ସରକାରୀ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ଶ୍ରୀ ସତ୍ୟଜିତ ପ୍ରଧାନ, ଏସ୍ .କେ ରିଜ୍ଵାନୁଲ , ମହମ୍ମଦ ନୁରାନି, ଅବଦୁଲ ହାକିମ,ମନୋଜ ସାମଲ, ଏବଂ ଅନ୍ୟ ସହଯୋଗୀ ମାନେ ଉପସ୍ଥିତ ଥିଲେ। ଧାମନଗର ରୁ କାହ୍ନୁ ଚରଣ ଜେନା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.