ପୁରୀ :-
ଡେଲାଙ୍ଗ କଣାସ ଯୁବ ସାମ୍ବାଦିକ ଦୀପକ କୁମାର ମିଶ୍ର (ବାପି) ଙ୍କ ଦେହ ଅବସ୍ଥା ଏବେ ଗୁରୁତର। ଡେଲାଙ୍ଗ ଓ କଣାସ ବ୍ଲକର ଜନ ସାଧାରଣଙ୍କ ସମସ୍ୟା ହେଉ ବା ସରକାର ଙ୍କ ମହାନତା ର ଖବର ।ଖବରଟିଏ ପ୍ରସାରଣ ପାଇଁ ଧାଇଁ ଯାଆନ୍ତି ଘଟଣା ସ୍ଥଳକୁ। ଡେଲାଙ୍ଗ ଓ କଣାସ ଅଞ୍ଚଳରେ ସମସ୍ତିଙ୍କ ମୁହଁରେ ଥାଏ ଗୋଟିଏ ନାଁ ବାପି ଭାଇ । ରବିବାର ଦିନ ସନ୍ଧ୍ଯାରେ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ପକ୍ଷରୁ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ଯ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସେଠାରେ ଗୁରୁତର ହେବାରୁ ୧୦୮ ଆମ୍ବଲାସ ଯୋଗେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। ସେ ଏବେ ଭୁବେନେଶ୍ୱର ସ୍ଥିତ ସମ ହସ୍ପିଟାଲରେ ଚିକିତ୍ସା ହେଉଥିବା ବେଳେ ତାଙ୍କ ଅବସ୍ତା ଅତି ଗୁରୁତର ହେବାରୁ ସେ ଏବେ ଆଇସିୟୁରେ ଥିବା ପରିବାର ପକ୍ଷରୁ ସୂଚନା ମିଳିଛି। ଡେଲାଙ୍ଗ ପ୍ରେସ୍ କ୍ଲବ ଓ ଡେଲାଙ୍ଗ କଣାସ ବୁଦ୍ଧିଜୀବୀ ମାନେ ଦୀପକ କୁମାର ମିଶ୍ର (ବାପି) ଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
ଆମ ଚ୍ୟାନେଲ୍ ପକ୍ଷରୁ ଜଗତର ନାଥ ଜଗନ୍ନାଥ ଙ୍କ ପାଖରେ ଏତିକି ପ୍ରାର୍ଥନା ପୁଣି ସୁସ୍ଥ ହୋଇ ଫେରନ୍ତୁ ବାପି। ପୁରୀ ରୁ ପ୍ରଦୀପ କୁମାର ନାୟକ ଙ୍କ ରିପୋର୍ଟ