ଅନୁଗୁଳ :-
କୁଟୁରିଆ ଗ୍ରାମ ରେ ପୁରୁଣା ଜମି ଜମା ଗଣ୍ଡଗୋଳ ଯୋଗୁଁ ଦୁଇ ପରିବାର ଭିତରେ ଗତ ୨୦ ତାରିଖ ଦିନ ୨ଟା ବେଳେ ଗଣ୍ଡ ଗୋଲ ଘଟିବାରୁ ମୁଦଲା କୀର୍ତ୍ତନ ସେଠି , ଭାବିନି ସେଠି ଓ ତାଙ୍କ ଝିଅ ବୈଶାଖୀ ସେଠି ଙ୍କ ଆକ୍ରମଣରେ ଅଖିଳ ସାହୁ ଗୁରୁତର ହୋଇ ପରଜଙ୍ଗ, ତାଳଚେର ଡାକ୍ତରଖାନା ରେ ଚିକିତ୍ସା ହୋଇ ଅନଗୁଳ ମୁଖ୍ୟ ଡାକ୍ତର ଖାନା ରେ ଚିକିତ୍ସା ବେଳେ ଗତ କାଲି ମୃତ୍ୟ ବରଣ କଲେ। ଅନୁଗୁଳ ରେ ତାଙ୍କର ପଂଚନାମା କରାଯାଇଛି।
ଆଜି ଉପରୋକ୍ତ ୩ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ଓ ଜାମିନ ନାମଞ୍ଜୁର ହେବାରୁ ତିନି ଙ୍କୁ କାମାକ୍ଷାନଗର ଜେଲ କୁ ପଠେଇ ଦିଆଯାଇଛି। ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି। ଅନୁଗୁଳ ରୁ ପ୍ରଦୀପ କୁମାର ମହାରଣା ଙ୍କ ରିପୋର୍ଟ