ଝାରସୁଗୁଡ଼ା :-
ଲକ ଡାଉନ ବଲବର୍ତ୍ତର ରହିଥିବା ବେଳେ ମଧ୍ୟ ଝାରସୁଗୁଡା ଜ଼ୀଲ୍ଲାର ଲୋଇସିଙ୍ଘ ପଂଚାୟତର ଗୋଟିଏ ଗାଁରେ ଆଜି ବାଲ୍ୟ ବିବାହ ହେବାକୁ ଥିବାବେଳେ ଏହାକୁ ଚାଇଲଡ଼ ଲାଇନ, ପୋଲିସ ଏବଂ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ର ମିଳିତ ଉଦ୍ୟମରେ ବନ୍ଦ କରାଯାଇଛି । ଗତକାଲି ବାଲ୍ୟ ବିବାହର ସୂଚନା ଚାଇଲଡ଼ ଲାଇନ କୁ ଆସିବା ମାତ୍ରେ ଚାଇଲଡ଼ଲାଇନ ର ଜ଼ୀଲ୍ଲା ସଂଯୋଜକ ଆଶିଷ କୁମାର ପଣ୍ଡା ଏ ବିଷୟରେ ସି.ଡି.ପି.ଓ. ସୁପ୍ରଭା ମହାପାତ୍ର ଏବଂ ବ୍ରଜରାଜନଗର ଥାନାଧିକାରୀ ବୈକୁଣ୍ଠ ବିହାରୀ ସେଠକୁ ଅବଗତ କରିବା ସଙ୍ଗେ ସଙ୍ଗେ ମଧ୍ୟ ବାଲ୍ୟ ବିବାହକୁ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରିଥିଲେ । ସୁଚନାଯାୟୀ ଲୋଇସିଙ୍ଘ ପଂଚାୟତର ଗୋଟିଏ ଗ୍ରାମର ଏକ ୨୦ ବର୍ଷୀୟ ଯୁବକ ପ୍ରେମ ସମ୍ପର୍କ ସ୍ଥାପନ କରି ଲାଇକେରା ବ୍ଲକ ର ନିକ୍ତିମାଲ ପଂଚାୟତ ର ଗୋଟିଏ ଗ୍ରାମର ଏକ ୧୭ ବର୍ଷୀୟ ନାବାଳିକା କୁ ୧୫ଦିନ ହେଲା ନିଜ ଘରକୁ ଆଣି ନିଜ ପରିବାର ବର୍ଗର ସହମତିରେ ଆଜି ବିବାହର ଲଗ୍ନ ଧାର୍ଯ୍ୟ କରାଯାଇଥିଲା । ଆଜି ଚାଇଲଡ଼ ଲାଇନର ଜ଼ୀଲ୍ଲା ସଂଯୋଜକ ଆଶିଷ କୁମାର ପଣ୍ଡା,ସି.ଡି.ପି.ଓ.ଗ୍ରାମାଞ୍ଚଳ ସୁପ୍ରଭା ମହାପାତ୍ର,ସୁପ୍ପର ଭାଇଜର ବରୁଣୀ ସା,ଚାଇଲଡ଼ ଲାଇନ ସଦସ୍ୟ ରାଧେଶ୍ୟାମ ନାଏକ,ଜ୍ୟୋସ୍ନା ପ୍ରଧାନ ଏବଂ ପୋଲିସ ସେଇ ଯୁବକଙ୍କ ଘରକୁ ବିବାହ ରୋକିବାକୁ ଯାଇଥିଲେ । ସେଇ ସମୟରେ ଯୁବକଙ୍କ ଘରେ ନାବାଳିକା ନ ଥିଲା ଏବଂ ଯୁବକଙ୍କ ପରିବାରବର୍ଗ କହିଥିଲେ ଯେ ନାବାଳିକାଙ୍କୁ ଗତକାଲି ଆସି ତାଙ୍କ ଘରକୁ ନେଇଯାଇଛନ୍ତି । ଯୁବକଙ୍କ ପରିବାର ଲୋକେ ଚାଇଲଡ଼ ଲାଇନକୁ ଖବର ଯାଇଛି ବୋଲି ଏମିତି କରିଥିଲେ ବୋଲି ଜଣାଯାଇଛି । ଯୁବକଙ୍କ ପରିବାରବର୍ଗ ଏବଂ ଗ୍ରାମବାସୀଙ୍କୁ ଚାଇଲଲାଇନର ଜ଼ୀଲ୍ଲା ସଂଯୋଜକ ପଣ୍ଡା ବାଲ୍ୟ ବିବାହ ନିଷେଧ ଆଇନ ଏବଂ ବାଲ୍ୟବିବାହର କୂପରିନାମ ବିଷୟରେ ବୁଝେଇଥିଲେ । ଯୁବକଙ୍କର ପରିବାରବର୍ଗ ଆଇନ ବିଷୟରେ ବୁଝି ସାରିଲା ପରେ ନାବାଳିକାକୁ ୧୮ ବର୍ଷ ପୂରଣ ହେଲା ପରେ ତାଙ୍କ ପୁଅ ସାଙ୍ଗରେ ବିବାହ କରିବୁ ବୋଲି ଲିଖିତ ରାଜିନାମା ପତ୍ର ଦାଖଲ କରିଥିଲେ । ଏହାର ସୂଚନାପୂର୍ବକ ଚାଇଲଡ଼ ଲାଇନ ପକ୍ଷରୁ ଗାନ୍ଧୀଛକ ଫାଣ୍ଡିରେ ଷ୍ଟେସନ ଡାଏରି କରାଯାଇଥିଲା । ତାପରେ ଚାଇଲଡ଼ ଲାଇନର ସଂଯୋଜକ ପଣ୍ଡା,ସି.ଡି.ପି.ଓ.ଗ୍ରାମାଞ୍ଚଳ ,ସି.ଡି.ପି.ଓ.ଲଇକେରା ରାଜେଶ୍ୱରୀ ସେଠ,ଚାଇଲଡ଼ ଲାଇନର ସଦସ୍ୟ ନାଏକ ନିକ୍ତିମାଲ ପଂଚାୟତର ନାବାଳିକା ଘରକୁ ଯାଇ ନାବାଲିକାର ବାପା ମାଙ୍କ ସାଙ୍ଗରେ ମଧ୍ୟ ଆଲୋଚନା କରିଥଲେ । ନାବାଳିକାର ବାପା ମା କହିବାନୁଯାୟୀ ତାଙ୍କ ଝିଅ ଓ ସେଇ ଯୁବକ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବାରୁ ତାଙ୍କ ଝିଅ ସେଇ ଯୁବକଙ୍କ ଘରକୁ ଯାଇଥିଲା କିନ୍ତୁ ଗତକାଲି ରାତିରେ ଯାଇ ଆମେ ଆମର ଝିଅକୁ ବିବାହ ପୂର୍ବରୁ ଆମ ଘରକୁ ଆଣି ଆସିଥିଲୁଁ । ନାବାଳିକାର ବାପା ମା ତାଙ୍କ ଝିଅକୁ ୧୮ ବର୍ଷ ପୂରଣ ହେଲେ ବିବାହ କରିବୁ ବୋଲି ଲିଖିତ ରାଜିନାମା ଦାଖଲ କରିଥିଲେ । ନାବାଳିକାଙ୍କୁ ଚାଇଲଡ଼ ଲାଇନ ତରଫରୁ ଶିଶୁ ମଙ୍ଗଳ କମିଟିରେ ଉପସ୍ଥାପନ କରାଯାଇଥିଲା ।ନାବାଳିକା ର ବାପା ମା ନିଜ ଜିମାରେ ରଖିବୁ ବୋଲି ଶିଶୁ ମଙ୍ଗଳ କମିଟୀକୁ ନିବେଦନ କରିଥିଲେ !କମିଟିର ନିର୍ଦେଶ କ୍ରମେ ନାବାଳିକା ଏବେ ତା ବାପା ମା ପାଖରେ ରହିବ ବୋଲି ଚାଇଲଡ଼ଲାଇନ ଜ଼ୀଲ୍ଲା ସଂଯୋଜକ ପଣ୍ଡା ସୂଚନା ପ୍ରଦାନ କରିଛନ୍ତି ।
ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡଙ୍ଗା ଙ୍କ ରିପୋର୍ଟ