Type Here to Get Search Results !

ମାଛଗାଁ ବଜାରରେ ଅବକାରୀ ବିଭାଗର ଚଢାଉ ୨୫ଲିଟରରୁ ଉର୍ଦ୍ଧ ମଦ ଜବତ : ୧ ଗିରଫ

  


ଜଗତସିଂହପୁର : -

କରୋନାର ଦ୍ୱିତୀୟ ଲହରୀ ହୁ ହୁ ହୋଇ ବଢୁଥିବା ବେଳେ ଲକଡାଉନକୁ ବେଖାତିର କରି ବାଲିକୁଦା ବ୍ଲକ ଅନ୍ତର୍ଗତ ମାଛଗାଁ ବଜାରରେ ଚାଲୁଥିବା ଚୋରା ମଦବେପାର। ଖବର ପାଇ ବାଲିକୁଦା ଅବକାରୀ ବିଭାଗ ପକ୍ଷରୁ ଆଜି ଦିନ ୧୧ଟା ବେଳେ ମାଛଗାଁ ବଜାରରେ ଅଚାନକ ଚଢାଉ କରାଯାଇ ଶ୍ରୀକୃଷ୍ଣ ହୋଟେଲ ପଛପଟୁ ୨୫ ଲିଟରରୁ ଉର୍ଦ୍ଧ ବିଦେଶୀ ମଦ ଜବତ କରାଯିବା ସହିତ ଜଣେ ଚୋରା ମଦ ବେପାରୀକୁ ଗିରଫ କରାଯାଇଛି। ଗିରଫ୍ ହୋଇଥିବା ଅଭିଯୁକ୍ତର ନାମ ରମେଶ ସ୍ୱାଇଁ ଓ ତାଙ୍କ ଘର ମାଛଗାଁ ସୁକିଦା ଗ୍ରାମରେ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି। ଅବକାରୀ ବିଭାଗ ଜିଲ୍ଲା ସୁପରିଟେଣ୍ଡେଣ୍ଟଙ୍କ ନିର୍ଦ୍ଦେଶରେ ହୋଇଥିବା ଏହି ଚଢାଉରେ ବାଲିକୁଦା ଅବକାରୀ ଅଫିସ୍ ଇନଚାର୍ଜ ସସ୍ମିତା ହୋତାଙ୍କ ସହିତ ଚିତ୍ତ ରଞ୍ଜନ ଦାସ, ପ୍ରକାଶ ରାଉତ, ହିମାଂଶୁ ମାରାଣ୍ଡି ,ବିଶ୍ୱନାଥ ମୁଣ୍ଡା,ସବିତା ନାୟକ, କଲ୍ୟାଣୀ ସେଠୀ, ବର୍ଷାରାଣୀ ଖୁଣ୍ଟିଆ, ମହେନ୍ଦ୍ର ରାଉତ ପ୍ରମୁଖ ସାମିଲ୍ ଥିଲେ। ବାଲିକୁଦା ଜଗନ୍ନାଥ ମଲ୍ଲିକ୍ ‌ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.