ତାଳଚେର :-
ତାଳଚେର ଜେଲରୋଡ଼ ନିକଟସ୍ଥ ପୌରପରିଷଦ ପକ୍ଷରୁ ନିର୍ମିତ ହୋଇଥିବା ମାଛ ମାର୍କେଟର ଘର ଗୁଡିକ ଦୀର୍ଘ ଦୁଇବର୍ଷ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କାହାକୁ ଆବଣ୍ଟନ କାରାଯାଇନାହିଁ। ତାଳଚେର ବିଧାୟକ ଏବଂ ପୌର ଅଧିକାରିଣୀଙ୍କ ମିଳିତ ଉଦ୍ୟମରେ ତିଆରି ହୋଇଥିବା ଏହି ଗୃହ ଗୁଡିକର ଶୁଭ ଉଦ୍ଘାଟନ କାରାଯାଇଥିଲା। ତେବେ ପ୍ରଶ୍ନ ଉଠୁଛି ଯେ ୧୩,୧୩,୫୦୦ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଦୋକାନ ଗୃହ ଗୁଡିକ ପାଇବା ଆଶାରେ ଦୋକାନୀ ମାନଙ୍କ ମନରେ ଆନନ୍ଦ ଖେଳି ଯାଇଥିଲା। ବ୍ୟବସାୟୀ ମାନେ ନିଜର ସ୍ଥାୟୀ ବ୍ୟବସାୟ କରିବା ପାଇଁ ମନରେ ଆଶା ବାନ୍ଧିଥିଲେ। ମାତ୍ର ବର୍ତ୍ତମାନ ପୁଣି ସେଇ ବ୍ୟବସାୟୀ ମାନେ ରାସ୍ତା କଡ଼ରେ ବସି ନିଜର ବ୍ୟବସାୟ ଚଳାଇଛନ୍ତି। ବର୍ତ୍ତମାନ ସେଇ ନିର୍ମିତ ଘର ଗୁଡିକ ଭାଙ୍ଗିରୁଜି ବସିବାକୁ ଲାଗିଲାଣି, ଏହି ଘରଗୁଡିକରେ ମଧ୍ୟ ବିଭିନ୍ନ ଅସମାଜିକ ଲୋକଙ୍କର ଆଡ୍ଡାସ୍ଥଳୀ ପାଲଟିଛି। ଏହି ଘରଗୁଡିକରେ ସନ୍ଧ୍ୟା ହେବାମାତ୍ରେ ଗଞ୍ଜେଇ,ମଦ,କୋରକ୍ଷ ପ୍ରଭୃତିର ଆଡ୍ଡାସ୍ଥଳୀ ପାଲଟିଛି। ଏହି ସ୍ଥାନକୁ ଲାଗି ଏକ ଅଙ୍ଗନବାଡି କେନ୍ଦ୍ର ରହିଥିଲେ ମଧ୍ୟ ଏହିପରି କାର୍ଯ୍ୟକଳାପ କୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି,ଏଥିପ୍ରତି ତୁରନ୍ତ ପୌରପରିଷଦ ଓ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟିଦେଇ ଉକ୍ତ ଘରଗୁଡିକ ବ୍ୟବସାୟୀ ମାନଙ୍କୁ ପ୍ରଦାନ କରାଗଲେ ବ୍ୟବସାୟୀ ମାନେ ଉପକୃତ ହେବେ।
ତାଳଚେର ରୁ ପ୍ରଦୀପ କୁମାର ମହାରଣା ଙ୍କ ରିପୋର୍ଟ