Type Here to Get Search Results !

ଯୁବକ ଙ୍କୁ ଶୀଘ୍ର ଟିକା କରଣ ପାଇଁ ଚିଠି ଲେଖିଲେ ରାଜ୍ୟ ଯୁବମୋର୍ଚା ସମ୍ପାଦକ: ପ୍ରିତେଶ କୁମାର ବହିଦାର

 


ପଦ୍ମପୁର :-

ବର୍ତ୍ତମାନ ର ଘଡି ସନ୍ଧି ମୁହୂର୍ତ୍ବ ରେ ଦିନ କୁ ଦିନ କୋଭିଡ ସ୍ଥିତି ବିଗିଡ଼ିବାରେ ଲାଗିଥିବା ବେଳେ ସାରା ରାଜ୍ୟ ରେ ତଥା ମୂଖ୍ୟତଃ ପଶ୍ଚିମ ଓଡିଶା ରେ ଦିନକୁ ଦିନ କୋଭିଡ ଆକ୍ରାନ୍ତ ଙ୍କ ସଂଖ୍ୟା ଶହ ଶହ ରେ ବଢୁଥିବା ବେଳେ ଜନ ସାଧାରଣ ଙ୍କ ମଧ୍ୟରେ ବର୍ତ୍ତମାନ ଭୟ ର ବାତାବରଣ ଥିବା ବେଳେ କିଭିଡ ଟେଷ୍ଟିଙ୍ଗ ଭେକ୍ସିନେସନ ପାଇଁ ଲୋକେ ହଇରାଣ ହେଉଥିବା ବେଳେ ଟେଷ୍ଟ କିଟ ଓ ଭେକ୍ସିନ ଅଭାବ ଯୋଗୁଁ ପ୍ରତୁଦିନ ବହୁ ଲିକେ ଆଶଙ୍କା ଯୋଗୁ ଏକ କଠିନ ମାନସିକ ପରିସ୍ଥିତି ର ସମ୍ମୁଖୀନ ହେଉଛନ୍ତି। ଅନ୍ୟ ପଟେ ଟିକାକାରଣ ପାଇଁ ଯାଉଥିବା ୪୫ ବର୍ଷରୁ ଉର୍ଦ୍ଧ୍ବ ଲୋକେ ବହୁ ସଂଖ୍ୟକ ଭିଡ଼ ଥିବାରୁ ତାଙ୍କୁ ମଧ୍ୟ ଅପେକ୍ଷା ପାଇଁ ବହୁ କସ୍ତ ସହିବାକୁ ପଡୁଛି। ଏହା ସହ କେନ୍ଦ୍ର ସରକାର ୧୮ ରୁ ୪୪ ବର୍ଷ ର ସମସ୍ତଙ୍କ ପାଇଁ ଟିକା କରଣ ଘୋଷଣା କରିବା ପରେ ରାଜ୍ୟ ରେ ବିଭିର୍ଣ ସୁବିଧା ପାଇଁ ରାଜ୍ୟ ବିଜେପି ସମ୍ପାଦକ ଟଙ୍କଧର ତ୍ରିପାଠୀ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କୁ ଚିଠି ଦେଉଥିବା ବେଳେ ଯୁବକ ମାନଙ୍କୁ ବିନା ମୂଲ୍ୟରେ ଟିକା କରଣ ପାଇଁ ରାଜ୍ୟ ବିଜେପି ଯୁବମୋର୍ଚା ସଭାପତୀ ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖି ଥିବା ବେଲେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ୧୮ ରୁ ୪୪ ବୟସ ସୀମା ଅନୁଯାୟୀ ସମସ୍ତଙ୍କୁ ମଇ ମାସ ୧ତାରିଖ ସୁଦ୍ଧା ଟୀକା କରଣ ପାଇଁ ଦାୟିତ୍ୱ ନେଇଥିଲେ ସୁଦ୍ଧା ବର୍ତ୍ତମାନ ଯାଏ ପ୍ରତିଫଳନ ଦେଖା ଦେଇ ନଥିବା ସହ ଅନ୍ୟ ଜିଲ୍ଲା ମାନଙ୍କରେ ଟିକା କାରଣ ଆରମ୍ଭ ହେଉଥିବା ବେଳେ ପଶ୍ଚିମ ଓଡିଶା ର ପ୍ରମୁଖ ୧୦ ଟି କୋଭିଡ ଆକ୍ରାନ୍ତ ଜିଲ୍ଲା ରେ ମଧ୍ୟ ଶିଘ୍ର ଟିକା କାରଣ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବି କରିବା ସହ ବରଗଡ଼ ଜିଲ୍ଲାରେ ବଢୁ ଥିବା କୋଭିଡ ସ୍ଥିତି କୁ ଦୃଷ୍ଟି ରେ ରଖି ଜିଲ୍ଲାରେ କୋଭିଡ ଟେଷ୍ଟ ସଂଖ୍ୟ ବୃଦ୍ଧି ବୈଜେଷ୍ଠ ମାନଙ୍କୁ ଟିକା କରଣ କେନ୍ଦ୍ରରେ ଅପେକ୍ଷା ପାଇଁ ସୁବ୍ୟବସ୍ଥା ଏବଂ ସୁଚାରୁ ରୁପେ ଟିକା କରଣ ପାଇଁ ଦରକାର ଅନୁଯାୟି ଭେକ୍ସିନ ଉପଲବ୍ଧ ଓ ପଞ୍ଚାୟତ ସ୍ତର ରେ ମଧ୍ୟ କିଭିଡ ଆକ୍ରାନ୍ତ ଙ୍କ ସୁବିଧା ପାଇଁ କୋଭିଡ କେୟାର ସେଣ୍ଟର ମାନ ନିର୍ମାଣ ଓ ୧୮ ରୁ ୪୪ ବର୍ଷ ବୟସ ର ସମସ୍ତଙ୍କୁ ଶୀଘ୍ର ଟିକା ଦେବା ପାଇଁ ବରଗଡ଼ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପଧାନଙ୍କୁ ରାଜ୍ୟ ଯୁବମୋର୍ଚା ସମ୍ପାଦକ ପ୍ରିତେଶ କୁମାର ବହିଦାର ଇମେଲ ମାଧ୍ୟମରେ ଏକ ଚିଠି ମୁଖ୍ୟମନ୍ତ୍ରୀଙ୍କ ପାଇଁ ଦେଇଛନ୍ତି ।

ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.