Type Here to Get Search Results !

ଛେଣ୍ଡିପଦା ତହସିଲ ଅଫିସ ପକ୍ଷରୁ ରାଜସ୍ବ ରଥ ଶୁଭାରମ୍ଭ ।

 

ଛେଣ୍ଡିପଦା :-

 ରାଜ୍ୟ ସରକାର ତଥା ଅନୁଗୋଳ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ଛେଣ୍ଡିପଦା ତହସିଲ ଅଫିସ ପକ୍ଷରୁ ସୋମବାର ରାଜସ୍ବ ରଥ ଉଦଘାଟନ କରିବା ସହ ଶୁଭାରମ୍ଭ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଅନୁଗୋଳ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ବ ବିଭାଗ) ସନ୍ତୋଷ କୁମାର ପ୍ରଧାନ ଯୋଗ ଦେଇ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ତେବେ ଛେଣ୍ଡିପଦା ତହସିଲ ଅଧିନରେ ଥିବା ସମସ୍ତ ପଞ୍ଚାୟତ ଓ ରାଜସ୍ବ ଗ୍ରାମ ପରିକ୍ରମା କରିବ ଏହି ରାଜସ୍ବ ରଥ । ଏହାଦ୍ବାରା ଜନସାଧାରଣ ନିଜ ଘରେ ଏବଂ ଗ୍ରାମରେ ରାଜସ୍ବ ବିଭାଗ ପକ୍ଷରୁ ସବୁ ପ୍ରକାର ସୁବିଧା ସୁଯୋଗ ପାଇପାରିବେ ବୋଲି କୁହାଯାଇଛି । ଅନ୍ୟ ମାନଙ୍କ ମଧ୍ୟରେ ତହସିଲଦାର ଡାନିଏଲ ଏକ୍କା , ଅତିରିକ୍ତ ତହସିଲଦାର ପ୍ରକାଶ ଚନ୍ଦ୍ର ନାୟକ , ବିଡିଓ ସଞ୍ଜୟ କୁମାର ଆଚାର୍ଯ୍ୟଙ୍କ ସମେତ ବିଭାଗୀୟ କର୍ମଚାରୀ ତଥା ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।

ଅନୁଗୁଳ ତାଳଚେର ରୁ ପ୍ରଦୀପ କୁମାର ମହାରଣା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.