Type Here to Get Search Results !

ବିଭିନ୍ନ ସମସ୍ୟା ଓ ଦାବି ନେଇ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ୧୦ ଦଫା ଦାବିପତ୍ର ପ୍ରଦାନ କଲା ରାଜ୍ୟ ୱେବ ମିଡ଼ିଆ ସଂଘ

 

ଭୁବନେଶ୍ୱର :-

ଦିନକୁ ଦିନ ରାଜ୍ୟରେ କାର୍ଯ୍ୟରତ ୱେବ୍‌ ମିଡ଼ିଆ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ ବଢ଼ି ଚାଲିଛି। ୱେବ୍‌ ମିଡ଼ିଆ ମାଲିକ ଓ ସାମ୍ବାଦିକମାନେ ନିଜ ଜୀବନକୁ ବାଜି ଲଗାଇ ବୃତିଗତ ଭା‌ବେ ଦିନ ରାତିକୁ ଏକ କରି ସମ୍ବାଦ ପରିବେଷଣ କରୁଛନ୍ତି 

କିନ୍ତୁ ଖବରକାଗଜ ଓ ଟିଭି ସାମ୍ବାଦିକମାନଙ୍କ ପରି ସମ୍ମାନ,ସୁରକ୍ଷା ଓ ଅଧିକାର ମିଳୁ ନାହିଁ। ଯେତେ‌ ପ୍ରତିବାଦ କଲେ ମଧ୍ୟ ରାଜ୍ୟ ଓ କେନ୍ଦ୍ର ସରକାର ଏହା ଉପରେ ଗୁରୁତ୍ବ ଦେଉ ନାହାନ୍ତି।

ନିକଟରେ କନ୍ଧମାଳ ଜିଲ୍ଲା ଖବର ଟୁଡେର ବ୍ୟୁରୋ ଚିଫ୍ ଅ‌‌ଶୋକ କୁମାର ମିଶ୍ରଙ୍କୁ ଫୁଲବାଣୀ ଟାଉନ ଥାନା ଏସ୍‌ଆଇ ଦୀପକ ଶତପଥି ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରିବାର ଭିଡ଼ିଓ ଭାଇରାଲ ହୋଇଥିଲା ଏବଂ ଘଟଣାର ଗୋଟିଏ ଦିନ ପରେ ମଧ୍ୟ କିଛି ଦୁବୁର୍ତ ତାଙ୍କୁ ଆକ୍ରମଣ କରିଥିଲେ। ଜିଲ୍ଲା ସଂଘ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନେଇ ଦାବିପତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ କିଛି ପଦକ୍ଷେପ ନିଆଗଲା ନାହିଁ। 

ସେହିପରି ଅନ୍ୟ ଏକ ୟୁଟୁବ ଚ୍ୟାନେଲ ’ଟିଏନଓ’ ମୁଖ୍ୟମନ୍ତ୍ରୀ ଆଉ ନାହାନ୍ତି ବୋଲି ଏକ ମିଥ୍ୟା ଖବର ପରିବେଷଣ କରିଥିଲା ା ଏ ନେଇ ମଧ୍ୟ କିଛି ପଦକ୍ଷେପ ନିଆଗଲା ନାହିଁ। କିଛି ୱେବ୍‌ ମିଡ଼ିଆ ବାଲାଙ୍କ ପାଇଁ ପୁରା ୱେବ୍‌ ମିଡ଼ିଆ ସମ୍ପୂର୍ଣ୍ଣ ବଦନାମ ହେଉଛି। ଦୋଷୀକୁ ଦଣ୍ଡ ମିଳିବା ନିହାତି ଦରକାର। କିନ୍ତୁ ରାଜ୍ୟର କିଛି ୱେବ୍‌ ମିଡ଼ିଆଙ୍କ ଖଳ ପ୍ରକୃତି ଓ ବିଶୃଙ୍ଖଳିତ ଆଚରଣ ପାଇଁ ରାଜ୍ୟବ୍ୟାପୀ ୱେବ୍‌ ମିଡ଼ିଆର ଗୁରୁତ୍ବ ହ୍ରାସ ପାଉଛି। ଯେଉଁ ୱେବ ମିଡ଼ିଆ ବଂନ୍ଧୁମାନେ ଭୂଲ କରିବେ, ସମ୍ପୃକ୍ତ ସଂସ୍ଥା ଓ ସାମ୍ବାଦିକଙ୍କ ଉପରେ ଟିଭି ଓ ଖବରକାଗଜ ସଂସ୍ଥା ଖବର ପରିବେଷଣ କରୁ। ଅନ୍ୟଥା କାର୍ଯ୍ୟରତ ୱେବ ମିଡିଆଙ୍କୁ ବଦନାମ କରା ନ ଯାଉ।



ତେଣୁ ରାଜ୍ୟ ସରକାର ୱେବ୍‌ ମିଡ଼ିଆଙ୍କ କ୍ଷେତ୍ରରେ ବୈମାତୃକ ମନୋଭାବ ପୋଷଣ କରୁଥିବାରୁ ସେମାନଙ୍କ ସମ୍ମାନ,ସୁରକ୍ଷା ଓ ଅଧିକାର ଆଦି ୧୦ଦଫା ସମ୍ବଳିତ ଦାବିକୁ ନେଇ ମାଷ୍ଟର କ୍ୟାଂଟିନ୍‌ ଠାରେ ଏକ ପ୍ରତିବାଦ ସଭା କରାଯାଇଥିଲା ଏବଂ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ୧୦ ଦଫା ଦାବିପତ୍ର ପ୍ରଦାନ କରିଥିଲେ ା

ନୂତନ ଭାବେ ଗଠନ କରାଯାଇଥିବା ୱେବ୍‌ ମିଡ଼ିଆ ସଂଘକୁ ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କର ଓ ଓୟୁଜେର ସଭାପତି ଭାଗବତ ତ୍ରିପାଠୀ ରାଜ୍ୟ ୱେବ ମିଡିଆ ସଂଘକୁ ସମର୍ଥନ କରିବା ସହ ସଂଘର ସଭାପତି ପୂର୍ଣ୍ଣଚନ୍ଦ୍ର ଦାଶଙ୍କୁ ଶୁଭେଜ୍ଝା ଓ କୃତଜ୍ଞତା ଜ୍ଞାପନ କରିଥିଲେ ଏବଂ ସମସ୍ତ ପ୍ରକାର କ୍ଷେତ୍ରରେ ସହାୟତା ପ୍ରଦାନ କରିବ ବୋଲି ଘୋଷଣା କରିଥିଲେ।

ଖବରକାଗଜ,ଟିଭି ଓ ୱେବ୍‌ ମିଡ଼ିଆ ବନ୍ଧୁମାନଙ୍କ ଭିତରେ କିପରି ଉତମ ସମ୍ପର୍କ ରହିବ ଏବଂ ୱେବ୍‌ ମିଡ଼ିଆଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାର କିପରି ମାନ୍ୟତା ଓ ସ୍ବିକୃତି ଦେବେ , ସେ ନେଇ ଉଦ୍ୟମ ଜାରି କରିବେ ବୋଲି ନିର୍ଭର ପ୍ରତିଶୃତି ଦେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ନାମରେ ମିଥ୍ୟା ଖବର ପରିବେଷଣ, ଫୁଲବାଣୀ ସାମ୍ବାଦିକଙ୍କ ଉପରେ ପୁଲିସର ଦୁର୍ବ୍ୟବହାରକୁ ନେଇ ସଂଘ ଦୃଢ଼ ନିନ୍ଦା କରିଥିଲା।

ୱେବ ସାମ୍ବାଦିକ ମାନଙ୍କ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଗାଇଡ ଲାଇନ ଆଣନ୍ତୁ, ସାମ୍ବାଦିକଙ୍କ ଚିହ୍ନଟ ପ୍ରକ୍ରିୟା କରନ୍ତୁ। ସେମାନଙ୍କୁ ସ୍ୱାସ୍ଥ୍ୟ ବୀମା ଯୋଗାଇ ଦିଅନ୍ତୁ। ଫୁଲବାଣୀ ଟାଉନ ଥାନା ଏଏସଆଇଙ୍କୁ ନିଲମ୍ବନ କରାଯାଉ, ମିଥ୍ୟା ଖବର ପରିବେଷଣ କରୁଥିବା ଚ୍ୟାନେଲ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଏହିଭଳି ବିଭିନ୍ନ ଦାବି କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସଂଘର ସମସ୍ତ କର୍ମକର୍ତାଙ୍କ ସହ ରାଜ୍ୟର ବିଭିନ୍ନ ୱେବ୍‌ ମିଡ଼ିଆ ମାଲିକ ଓ ସାମ୍ବାଦିକମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ। ଭୁବନେଶ୍ୱର ରୁ ସ୍ଵର୍ଣ୍ଣ ପ୍ରଭା ନାୟକ ଙ୍କ ରିପୋର୍ଟ


Post a Comment

0 Comments
* Please Don't Spam Here. All the Comments are Reviewed by Admin.