ଛେଣ୍ଡିପଦା :-
ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ବ୍ଲକ କର୍ମଜୀବି ସାମ୍ବାଦିକ ସଂଘ ପକ୍ଷରୁ ସୋମବାର ଦିନ ପ୍ରତିଷ୍ଠିତ ଓଡ଼ିଆ ଦୈନିକ ଖବରକାଗଜ ଧରିତ୍ରୀ ପୁରୀ ଜିଲ୍ଲା ପ୍ରତିନିଧିଙ୍କ ଉପରେ ପୋଲିସ ଆକ୍ରମଣ ପ୍ରତିବାଦରେ ଏକ ଦାବିପତ୍ର ସ୍ଥାନୀୟ ତହସିଲଦାର ଡାନିଏଲ ଏକ୍କା ଙ୍କୁ ପ୍ରଦାନ କରାଯାଇଥିଲା । ଏଥିରେ ସମ୍ପୃକ୍ତ ଦୋଷୀ ଥିବା ପୋଲିସ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି । ଏହାସହ ସାମ୍ବାଦିକ ସୁରକ୍ଷା ଆଇନ କଡାକଡି ଭାବେ ପାଳନ କରିବା ପାଇଁ ସରକାର ସ୍ୱତନ୍ତ୍ର ନୀତି ନିୟମ ପ୍ରଣୟନ କରିବା ପାଇଁ ମଧ୍ୟ ଦାବି କରାଯାଇଛି । ସାମ୍ବାଦିକ ସଂଘ ସଭାପତି ଯଶୋବନ୍ତ ପ୍ରସାଦ ବେହେରାଙ୍କ ନେତୃତ୍ବରେ ଆୟୋଜିତ ଏହି ପ୍ରତିବାଦ ସ୍ବରୂପ ଦାବିପତ୍ର ପ୍ରଦାନ ସମୟରେ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଅପରପକ୍ଷରେ ଏହି ଦାବିପତ୍ର ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ଦାବିପତ୍ର ପ୍ରଦାନ କରାଯାଇଥିଲା । ତେବେ ସ୍ଥାନୀୟ ତହସିଲଦାର ଅନୁଗୋଳ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏହି ଦାବିପତ୍ର ପ୍ରଦାନ କରାଯାଇଛି ବୋଲି ପ୍ରଶାସନ ସୂତ୍ରରୁ ପ୍ରକାଶ ।
ତାଳଚେର ରୁ ପ୍ରଦୀପ କୁମାର ମହାରଣା ଙ୍କ ରିପୋର୍ଟ