Type Here to Get Search Results !

ନକଲି ଶିଶୁ ରୋଗ ଡାକ୍ତର ଗିରଫ

 


ବେଲପାହାଡ଼ :-

ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଅଞ୍ଚଳରୁ ଗିରଫ ହେଲେ ନକଲି ଆତ୍ମ ଘୋଷିତ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର। ଆଜି ଏନେଇ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ବ୍ରଜରାଜନଗର ଏସଡିପିଓ ଶ୍ରୀ ଦିଲୀପ ଦାସ ପ୍ରକାଶ କରିଛନ୍ତି । 

ଘଟଣା ରୁ ପ୍ରକାଶ , ଗତ ମେ ୨୦ ତାରିଖ ଦିନ ବ୍ରଜରାଜନଗର ଏସଡିପିଓ, ବେଲପାହାଡ଼ ଥାନାଧିକାରୀ ଓ ବେଲପାହାଡ଼ ମୁନିସିପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ମିଳିତ ଚଢାଉ ରେ ସୋନୁ ମେଡିକାଲ ଷ୍ଟୋର କୁ ବିନା କାଗଜପତ୍ର ରେ ଔଷଧ ଦୋକାନ ଚଳାଉଥିବା ପାଇଁ ସିଲ୍ କରା ଯାଇଥିଲା। ତେବେ ସେଠି ବସୁଥିବା ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ରମେଶ କୁମାର ସାହୁ ଙ୍କ ଉପରେ ସନ୍ଦେହ ଜାତ ହେବ ଦ୍ଵାରା ତାଙ୍କ ସମସ୍ତ ଶିକ୍ଷା ପ୍ରମାଣ ପତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ ପାଖକୁ ପଠା ଯାଇଥିଲା। କିନ୍ତୁ ସମସ୍ତ ଶିକ୍ଷା ପ୍ରମାଣ ପତ୍ର ନକଲି ଥିବା ଜଣା ପଡ଼ିବା ଦ୍ଵାରା ଆଜି ସଂପୃକ୍ତ ନକଲି ଡାକ୍ତର ଙ୍କୁ ବେଲପାହାଡ଼ ପୋଲିସ୍ ଗିରଫ କରିଛି। ତେବେ ଉକ୍ତ ନକଲି ଡାକ୍ତର ଦୁର୍ଗ , ଛତିଶଗଡ ରୁ ଅଟନ୍ତି ବୋଲି ପ୍ରାଥମିକ ତଦନ୍ତ ରୁ ଜଣା ପଡିଛି। କେବଳ ଯେ ସୋନୁ ମେଡିକାଲ ଷ୍ଟୋର ନୁହ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଭଳି ଅନେକ ନକଲି ଡାକ୍ତର ରହିଥିବା ବହୁଥର ନଜର କୁ ଆସିଛି । ଏହାଦ୍ବାରା ସାଧାରଣ ଲୋକଙ୍କ ଜୀବନ ମଧ୍ୟ ସଙ୍କଟାପନ୍ନ ରହିଛି। ତେବେ ଏତେ ଦିନ ଧରି ନକଲି ଡାକ୍ତର ଙ୍କ ଡାକ୍ତରଖାନା କିଭଳି ଭାବରେ ଚାଲିଛି ଏହା ଏବେବି ପ୍ରଶ୍ନବାଚୀ। ଝାରସୁଗୁଡ଼ା ବେଲପାହାଡ଼ ରୁ ଅନିନ୍ଦ୍ୟ ରାଜ ଖାଡଙ୍ଗା ଙ୍କ ରିପୋର୍ଟ



Post a Comment

0 Comments
* Please Don't Spam Here. All the Comments are Reviewed by Admin.