ପଦ୍ମପୁର : -
ସରକାର ବର୍ତମାନ୍ ଗରିବ ଲୋକମାନଙ୍କ ପାଇଁ ନାନା ଯୋଜନା କାର୍ଯ୍ୟକାରୀ କରୁଛନ୍ତି କିନ୍ତୁ ପ୍ରକୁତ ହିତାଧୀକାରୀ ମାନଙ୍କର ପାଖକୁ ପହଂଚି ପାରୁନାହିଁ | ଅଭିଯୋଗ ଅନୁସାରେ ପଦମପୁର୍ ବ୍ଲକ ଡ଼ଙ୍ଗାଘାଟ ପଂଚାୟତ ପୁଢେର ଖାର ଗ୍ରାମର ମକରର୍ଧଜ ଅଦାବର୍ ମୋନରଞ୍ଜନ୍ ଅଦାବର୍ ଏମାନେ ଗୋଟିଏ ଯୋଗ୍ୟ ହିତାଧୀକାରୀ | ହେଲେ ପଂଚାୟତ ର ଅଧିକାରି,କର୍ମଚାରୀ ମାନଙ୍କ ଆନ୍ତରିକତା ନ ଥିବା ଋ ଆଜି ପର୍ଯ୍ୟନ୍ତ ଘର ଖଂଡିଏ ମିଲି ପାରୁନାହିଁ ଅନ୍ୟ ପଟେ ସରକାର କଚା ଘର କୁ ପକ୍କା କରିବାକୁ ଡିଂଡିମ ପିଟୁଛନ୍ତି,ହେଲେ ପ୍ରକୁତ ହିତାଧୀକାରୀ ମାନଙ୍କ ପାଖକୁ ପହଂଚି ପାରୁନାହିଁ ସୁଚନା ଅନୁସାରେ ମକର୍ଧଜ୍ ଅଦାବର୍ ର ବାପା ଦୀର୍ଘ ବର୍ଷ ପୂର୍ବେ ଘର ଖଂଡିଏ ପାଇଥିଲେ ସେହି ଭଙ୍ଗା ଦଦରା ଘରେ ଆଜି ତାଙ୍କ ପୁଅ ନାତି ନାତୁଣୀ ରହି ଆସିଛନ୍ତି ସାମାନ୍ୟ ବର୍ଷା ରେ ଘର ଭିତରକୁ ପାଣିଜମି ଯାଏ ଏଣୁ ଆଗକୁ ବର୍ଷା ଋତୁ କେତେବେଳେ ଘରପଡି କାହାର ଅବସ୍ତା କଣହେବ କହି ହେବ ନାହିଁ ଏଣୁ ତୁରନ୍ତ ତାଙ୍କୁ ଘର ଖଂଡିଏ ଦେବା କୁ ଜିଲ୍ଲା ପ୍ରଶାସନଙ୍କୁ ଗୁହାରି କରିଛନ୍ତି | ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ