ଭଦ୍ରକ :-
ବହୁ ଚର୍ଚିତ ରାଜମୁକୁନ୍ଦପୁର ହତ୍ୟାକାଣ୍ଡର ଦୁଇ ଅପରାଧୀ ଭୁବନେଶ୍ୱରରୁ ଗିରଫ। ଘଟଣାନୁଯାୟୀ, ଭଦ୍ରକ ଗ୍ରାମଞ୍ଚଳ ଥାନା ଅଧିନସ୍ଥ ରାଜମୁକୁନ୍ଦପୁର ଗ୍ରାମରେ ଏକ ହତ୍ୟା କାଣ୍ଡ ଘଟିଥିଲା। ତେବେ ଏନେଇ ଭଦ୍ରକ ଗ୍ରାମାଞ୍ଚଳରେ ୧୩୭/୨୧ ରେ ଏକ ମାମଲା ରୁଜୁ କରାଯାଇଥିଲା। ଆଇପିସି ଧାରା ୩୦୨ ଏବଂ ୩୪ ଭଳି ଦୁଇଟି ସାଙ୍ଘାତିକ ଦଫା ଲାଗିଥିବା ବେଳେ ଅପରାଧୀ ଦୁଇ ଜଣ ଫେରାର ଥିଲେ। ଏହି ହତ୍ୟାକାଣ୍ଡରେ ଦୁଇ ଅପରାଧୀ ସୁପନା ବେହେରା ଏବଂ ପପୁଆ ବେହେରା ଭୁବନେଶ୍ୱର ଅଞ୍ଚଳରେ ଗୋପନରେ ରହିଆସୁଥିଲେ। ତେବେ ଏ ଖବର ପାଇ ଭଦ୍ରକ ଗ୍ରାମଞ୍ଚଳ ଥାନାଧିକାରୀ ଆଲୋକ ଜେନାଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇଥିଲା। ଆଉ ଆଜି ନିଜେ ଥାନାଧିକାରୀ ଆଲୋକ ଜେନାଙ୍କ ସଠିକ ଗୋଟି ଚାଳନାରେ ଅପରାଧୀଙ୍କୁ ଧରିବାରେ ସକ୍ଷମ ହୋଇଥିଲେ। ତେବେ ଭୁବନେଶ୍ୱରରୁ ଉଭୟ ଅପରାଧୀଙ୍କୁ ଗିରଫ କରି ଆଲୋକ ଜେନା ଭଦ୍ରକ ପହଞ୍ଚିଥିଲେ। ପ୍ରଥମେ ସେମାନଙ୍କର ଡାକ୍ତରୀ ପରୀକ୍ଷା କରି ଉଭୟ ସୁପନା ବେହେରା ଏବଂ ପପୁଆ ବେହେରାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଭଦ୍ରକ ଜିଲ୍ଲା ରୁ ସେକ ସାହିଦ କାଦିରି ଙ୍କ ରିପୋର୍ଟ୍