ଗଞ୍ଜାମ :-
ପୁରୁଷୋତ୍ତମପୁର ଏନଏସି ଅଞ୍ଚଳ ପାଇଁ ସ୍ୱଚ୍ଛ ଭାରତ ମିସନ ପକ୍ଷରୁ ମଳ ବିଶୋଧନ ପ୍ଲାଣ୍ଟ ଶନିବାର ସ୍ଥାପନ କରାଯାଇଅଛି। ଦୁଇ କୋଟି ୮୦ ଲକ୍ଷ ଟଙ୍କା ବ୍ଯୟରେ ନିର୍ମିତ ଏହି ପ୍ଲାଣ୍ଟକୁ ଶନିବାର ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଉଦଘାଟନ କରିଛନ୍ତି। ପୁରୁଷୋତ୍ତମପୁର ଏନଏସି ଅଞ୍ଚଳ ଅନ୍ତର୍ଗତ ଭୂତସରସିଂଙ୍ଗ ଝରଣ ଛକ ନିକଟ ଠାରେ ଏହି ମଳ ବିଶୋଧନ ପ୍ଲାଣ୍ଟ ଲୋକାର୍ପିତ ହୋଇଯାଇଛି । ଏହି ମଳ ବିଶୋଧନ ପ୍ଲାଣ୍ଟ ସ୍ଥାପନ ହେବା ଦ୍ୱାରା ଏହି ଏନଏସି ସହିତ ବ୍ଲକ ଅଞ୍ଚଳର ଜନସାଧାରଣ ମାନେ ଏନଏସି କାର୍ଯ୍ୟାଳୟରୁ ସେଫଟି ଟାଙ୍କିକୁ ଅର୍ଥ ଦେଇ ନିଜର ଘରେ ବ୍ୟବହାର କରୁଥିବା ପାଇଖାନାର ମଳକୁ ବିଶୋଧନ କରିବା ସହ ଏହି ପ୍ଲାଣ୍ଟକୁ ଅଣାଯିବ ଏବଂ ମଳକୁ ପ୍ଲାଣ୍ଟରେ ଫିଲ୍ଟର କରି ସେଥି ମଧ୍ୟରୁ ବାହାରୁଥିବା ଖତ ଗୁଡିକ ଚାଷ ଜମିରେ କ୍ଷେତ ପାଇଁ ଉପଯୋଗୀ ବ୍ଯବହାର କରାଯାଇପାରିବ ବୋଲି ଜିଲ୍ଲାପାଳ ମତପ୍ରକାଶ କରିଥିଲେ। ପୁରୁଷୋତ୍ତମପୁର ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ସୌମ୍ୟ ରଞ୍ଜନଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟ ମଣି ବୈଦ୍ୟ,ଡିୟୁଡିଏର ସୁଦାମ ଚରଣ ମଣ୍ଡଳ ଯୋଗଦେଇଥିଲେ।
ଏହି ପ୍ଲାଣ୍ଟର ଶୁଭାରମ୍ଭ ବେଳେ ଭୁବନେଶ୍ୱର ମଳ ବିଶୋଧନ ପ୍ଲାଣ୍ଟର ବରିଷ୍ଠ ଯନ୍ତ୍ରୀଙ୍କ ପ୍ଳାନ ଅନୂସାରେ କାମ ସମ୍ପୂର୍ଣ୍ଣ ହୋଇଥିଲା । ପୁରୁଷୋତ୍ତମପୁର ଏନଏସି କନିଷ୍ଠ ଯନ୍ତ୍ରୀ ରାମଚନ୍ଦ୍ର ପେଙ୍ଗୁଆ ପ୍ଲାଣ୍ଟର ମରାମତିର ଦାୟିତ୍ୱରେ ଥିଲେ। ସେହିପରି ଏନଏସିର ସ୍ଵଛ ପରିମଳ ବିଭାଗର ଏକ୍ସପର୍ଟ ସତୀଶ କୁମାର ପାଣିଗ୍ରାହୀଙ୍କ ସହଯୋଗରେ ଏନଏସିର ସମସ୍ତ କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।
ଗଂଜାମ ରୁ ସୁଶାନ୍ତ ପଟ୍ଟନାୟକଙ୍କ ରିପୋର୍ଟ ।